ବିଜେଡିର ବିଭିନ୍ନ ସେଲ୍‌ ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ବ...

ବିଜେଡିର ବିଭିନ୍ନ ସେଲ୍‌ ପାଇଁ ବରିଷ୍ଠ ନେତାଙ୍କୁ ମିଳିଲା ଦାୟିତ୍ବ...


ଭୁବନେଶ୍ଵର,୦୫/୦୫ : ବିଜେଡ଼ି ବିଭିନ୍ନ ଛାମୁହା ସଂଗଠନରେ ଆବାହକ ନିଯୁକ୍ତ କରିଛି। ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ଶାଖା/ସେଲ୍‌ ପାଇଁ ଦାୟିତ୍ବ ବଣ୍ଟନ କରାଯାଇଛି। 

Ad..


ଉପସଭାପତି ଓ ସାଧାରଣ ସମ୍ପାଦକ ରାଙ୍କ୍‌ ଥାଇ ଦାୟିତ୍ବ ପ୍ରଦାନ କରାଯାଇଛି । ସେଲ୍ ଦାୟିତ୍ଵ ନେଇ ଦଳୀୟ କାର୍ଯ୍ୟାଳୟ ତରଫରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ଯଙ୍କୁ ବିଜୁ କୃଷକ ଜନତା ଦଳର ଆବାକ ଦାୟିତ୍ବ ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ନାଗରିକ ସେଲ୍ ଦାୟିତ୍ବ ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଦିଆଯାଇଛି । 

         Ad..


ସେହିପରି ଆଇଟି ଓ ସୋସିଆଲ ମିଡିଆ ଦାୟିତ୍ବ ଅମର ପଟ୍ଟନାୟକ ମିଳିଥିବା ବେଳେ ବିଜେଡି ଆଞ୍ଚଳିକ ଉନ୍ନୟନ ସେଲ୍‌ ଦାୟିତ୍ବ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦିଆଯାଇଛି । 

ବିଜେଡି କୋପରେଟିଭ୍‌ ସେଲ୍‌ ଦାୟିତ୍ବ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଜେଡ଼ି ଓବିସି ସେଲ୍ ଦାୟିତ୍ବ ବିଧାୟକ ଅରୁଣ ସାହୁଙ୍କୁ, ବିଜେଡ଼ି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବ ବଦ୍ରି ନାରାୟଣ ପାତ୍ରଙ୍କୁ, ମତ୍ସ୍ୟଜୀବୀ ସେଲ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅନୁସୂଚିତ ଜନଜାତି ସେଲ୍ ମଙ୍ଗଳା କିଷନଙ୍କୁ ଓ ଏସି ସେଲ୍ ମହେଶ ସାହୁଙ୍କୁ ଦିଆଯାଇଛି।



Edited by k.s thakur...




Post a Comment

Previous Post Next Post