ବସ୍- ହାଇୱା ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଓ ୧୮ ଯାତ୍ରୀ ଗୁରୁତର...

ବସ୍- ହାଇୱା ମୁହାଁମୁହିଁ ଧକ୍କା, ଦୁଇ ଚାଳକ ଓ ୧୮ ଯାତ୍ରୀ ଗୁରୁତର...


ଠାକୁରମୁଣ୍ଡା,୦୫/୦୫ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ୫୩ ନଂ ରାଜ୍ୟ ରାଜପଥ ଘୋଡ଼ାଘାଟି ଠାରେ ଓଆରଟିସି ବସ ସହିତ ଏକ ନୂଆ ହାଇୱା ମୁହାଁମୁହିଁ ଧକ୍କା ହୋଇ ୨ ଚାଳକ ଚାପି ହୋଇ ରହିଥିଲେ। ଓଆରଟିସି ବସ୍ (ଓଡି୧୧ ଏଇ ୩୪୬୩) ଶାଳଚୁଆରୁ ଯାତ୍ରୀ ନେଇ ଠାକୁରମୁଣ୍ଡା ଆସୁଥିଲା। 

Ad..


ଟାଟାରୁ ହାଇୱାଟି ଠାକୁରମୁଣ୍ଡା ଦେଇ ବିଜୟୱାଡ଼ା ଯାଉଥିଲା। ହାଇୱାଟି ଭାରସାମ୍ୟ ହରାଇ ବସକୁ ଧକ୍କା ଦେଇଥିଲା। ବସରେ ଥିବା ୧୮ ଜଣ ଯାତ୍ରୀ ଗୁରୁତର ଆହତ ହେବା ସହିତ ୨ ଡ୍ରାଇଭର ଚାପି ହୋଇ ରହିଥିଲେ।

          Ad..


ଖବର ପାଇ ଠାକୁରମୁଣ୍ଡା ବିଡିଓ ସ୍ଵପ୍ନେଶ୍ଵର ବେହେରା ,ତହସିଲଦାର ସମ୍ବିତ କୁମାର କର, ମହୁଲଡିହା ଥାନା ଅଧିକରୀ ଅଶୋକ କୁମାର ପହି, ଏଏସଆଇ ସଂଜୟ ନାୟକ,କନେଷ୍ଟବଳ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି...

ଜେସିବି ଲଗାଇ ଚାପି ହୋଇ ରହିଥିବା  ୨ ଡ୍ରାଇଭର କ୍ଷେତ୍ରମୋହନ ମହାନ୍ତ, ବିଶାଲ ନାଏକ ଓ ଗୁରୁତର ଆହତ ୧୮ ଜଣଙ୍କୁ ଥାନା ଗାଡ଼ି ଏବଂ ୩ ଟି ଆମ୍ବୁଲାନ୍ସ ଯୋଗେ ସାତକୋଶିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ  ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।



Edited by k.s thakur...




Post a Comment

Previous Post Next Post