ବାଲି ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି?

ବାଲି ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି?


ବରଗଡ଼,୦୫/୦୫ : ପଦ୍ମପୁର ରେ ଆଜି ପୁଣି ଧରାପଡ଼ିଲା ବେଆଇନ ବାଲି ଚୋରା ଚାଲାନ କରୁଥିବା ହାଇୱା ଗାଡ଼ି। ପଦ୍ମପୁର ଥାନାରେ ଅଟକ, ଗାଡ଼ି ଡ୍ରାଇଭର ଓ ବାଲି ବୋଝେଇ ହାଇୱା ଗାଡ଼ି।ଗତ ଦିଶା ବୈଠକ ରେ ବାଲି ଚୋରା ଚାଲାଣ ଉପରେ ବରଗଡ଼ ଖଣି ବିଭାଗ ର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। 

           Ad..


ଦିଶା ବୈଠକ ପରେ ଆଜି ପ୍ରଥମ ଥର ଧରାପଡ଼ିଥିବା ଏହି ବାଲି ଗାଡି ଉପରେ ଖଣି ବିଭାଗ ର କାର୍ଯାନୁଷ୍ଠାନ କ'ଣ ରହୁଛି ତାହା ଜଣାପଡିବ ବୋଲି ଆଲୋଚନା ହେଉଛି। ଗତ ଏପ୍ରିଲ ମାସ ୩ ତାରିଖରେ ଜଗଦଳପୁରର ମହୁଲପାଳି ବାଲି ଘାଟରେ ପ୍ରୋକୋଳିନ ମେସିନ ସହିତ 17 AA7713 ନମ୍ବର ବିଶିଷ୍ଟ  ବାଲି ବୋଝେଇ ହାଇୱା ଗାଡ଼ି କୁ ପଦ୍ମପୁର ଏଡିଏମ୍ ଜବତ କରିଥିଲେ। 

         Ad..


ନିୟମ ଅନୁଯାୟୀ ମାଇନିଙ୍ଗ ଅଫିସର ୮ ଲକ୍ଷ ଟଙ୍କାର ମିନିମମ ଅର୍ଥର ଫାଇନ କରିଥିଲେ। ଏହି ଘଟଣାରେ ଜଣେ ନେତା ହସ୍ତକ୍ଷେପ କରିଥିଲେ ଅଳ୍ପ କିଛି ପରିମାଣ ଅର୍ଥ ଫାଇନ ଦେଖାଇ  ଛାଡ଼ିଦେବାକୁ ଅଫିସର ମାନଙ୍କୁ ଚାପ ପକାଇଥିଲେ l ଗାଇଡଲାଇନ ଅନୁଯାୟୀ ମିନିମମ ଫାଇନ ଏମାଉଣ୍ଟ ୮ ଲକ୍ଷ ହେଉଥିବା ବେଳେ ନେତା ଜଣକ ୨ ଲକ୍ଷ ର ଫାଇନ କାଟି ଛାଡ଼ି ଦେବାକୁ ଚାପ ପକାଉଥିଲେ। 

ଏଥିରୁ ଜଣା ପଡ଼ିଗଲା ଯେ ନେତା ମାନଙ୍କ ସିଧା ସଳଖ ହାତ ରହୁଛି ଏହି ବାଲି ଚୋରି କାରବାରରେ।ନେତା ପଛରେ ରହି ସହଯୋଗ କରୁଛନ୍ତି ଓ ମାଫିଆ ମାନଙ୍କୁ ସାମନାରେ ରଖି ବେଆଇନ ବ୍ୟାପାର କରାଉଛନ୍ତି... ଆଉ ଆମେ ନେତାକୁ ବାଲି ମାଫିଆ ନକହି ଅନ୍ୟ ମାନଙ୍କୁ ବାଲି ମାଫିଆ ବୋଳାଉଛୁ....!

ଏହି ଘଟଣାକୁ ଗୋଟେ ମାସ ପୁରିଗଲା ମାତ୍ର ଫାଇନ ଅର୍ଥ ଜମା କରାଗଲା ନାହିଁ  ଉଭୟ ମେସିନ ଓ ହାଇୱା ଜବତ ହୋଇ ପଡ଼ିଛି  ତଥାପି ମଧ୍ୟ ପୁଣି ନଦୀ ଭିତରୁ ନିର୍ଭୟରେ ବାଲି ଚୋରା କାରବାର  ଲାଗିରହିଛି। 

ତେବେ ଆଜି ଗୋଟେ ମାସ ପରେ ମେ ମାସ ୫ ତାରିଖରେ ପୁଣି CG 04 PA 3862 ନମ୍ବର ବିଶିଷ୍ଟ  ଏକ ବାଲି ବୋଝେଇ ହାଇୱା ଗାଡ଼ିକୁ ଜବଦ କରାଯାଇ ପଦ୍ମପୁର ଥାନାରେ ରଖାଯାଇଛି।  ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ପ୍ରଶାସନ ପୁରା ଦମ ଲଗାଇ ଚେଷ୍ଟା କଲେ ମଧ୍ୟ ଏପରି ବାଲି ମାଫିଆ ମାନଙ୍କୁ ରୋକିବାରେ ବିଫଳ ହେଉଛି। 

ମାଫିଆ ମାନେ ଯେତେ ଟଙ୍କା ଏହି ବାଲି ଚୋରୀରୁ ଫାଇଦା ପାଉଛନ୍ତି କଣ ସରକାରଙ୍କ ଫାଇନ ଅର୍ଥ ତା ଠାରୁ ବହୁତ ଗୁଣା କମ ଅଟେ ? ଯାହା ଦ୍ୱାରା ବାଲି ମାଫିଆ ମାନେ ହାଇୱା ହେଉ କିମ୍ବା ପ୍ରୋକୋଳିନ ମେସିନ ହେଉ ଧରାପଡ଼ିଲେ ମଧ୍ୟ ନେଉ ନାହାନ୍ତି!

ବେଆଇନ ବାଲି ଚୋରା କାରବାର କରୁଥିବା ଅଭ୍ୟାସଗତ ବାଲି ମାଫିଆ ମାନଙ୍କ ପାଇଁ କଣ କୀୖଣସି ଅପରାଧିକ ଦଣ୍ଡ ବିଧାନ ଅଛି ନା ନାହିଁ  ବୋଲି ସାଧାରଣ ରେ ଆଲୋଚନା ହେଉଛି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post