ରୋଟାରୀ କ୍ଲବ ପକ୍ଷରୁ ସ୍ବାସ୍ଥ୍ୟ ଶିବିରର ଆୟୋଜନ...
ବରଗଡ,୦୫/୦୫ :- ବରଗଡ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ରୋଟାରୀ କ୍ଲବ ଦ୍ଵାରା ଏକ ସାସ୍ଥ୍ୟ ଶିବିର ତା. ୦୫.୦୫.୨୦୨୫ ରୁ ତା. ୧୦.୦୫.୨୦୨୫ ପର୍ଯ୍ୟନ୍ତ ଛଅ ଦିନ ଧରି ଅନୁଷ୍ଠିତ କରାଯାଉଅଛି।
Ad..
ଉକ୍ତ ସାସ୍ଥ୍ୟ ଶିବିରରେ ରାଜସ୍ଥାନରୁ ଆସିଥିବା ଅନୁଭବି ଚିକିତ୍ସକମାନଙ୍କ ଦ୍ଵାରା ଏକ୍ୟୁପ୍ରସର, ମେଗ୍ନେଟ୍ ଓ କୋପିଙ୍ଗ ଥେରାପି ଦ୍ଵାରା ଚିକିତ୍ସା ପ୍ରଦାନ କରାଯାଉଅଛି।
Ad..
ଏତଦ୍ଦ୍ବ୍ୟତୀତ ରକ୍ତଋପ, ମଧୁମେହ, ଶରୀରରେ ପୀଡ଼ା, ଗଣ୍ଠିବାତ, ସ୍ନାୟୁଜନିତ ରୋଗ, ଶ୍ଵାସ ରୋଗ ଓ ଅନ୍ୟାନ୍ୟ ରୋଗମାନଙ୍କର ଚିକିତ୍ସା ଅତ୍ୟାଧୁନିକ ଉପକରଣ ଦ୍ଵାରା କରାଯାଉଅଛି।
ଜନ ସାଧାରଣଙ୍କୁ ଅନୁରୋଧ ଉକ୍ତ ଶିବିରରେ ଯୋଗ ଦେଇ ଏହାର ଲାଭ ଉଠାନ୍ତୁ। ପ୍ରାରମ୍ଭିକ ଦିବସରେ ରୋଟାରୀ କ୍ଲବର ସଭ୍ୟମାନେ ଯୋଗ ଦେଇ ଉପସ୍ଥିତ ଚିକିତ୍ସାଧୀନ ଲୋକଙ୍କୁ ଉତ୍ସାହିତ କରିଛନ୍ତି।
Report : Bijay ku sahu
Edited by k.s thakur...



