ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ର ଦ୍ୱାରସ୍ତ ହେଲା ଆମ୍ ଆଦମୀ ପାର୍ଟି...
ବରଗଡ଼,୦୫/୦୫ : ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ର କେନ୍ଦ୍ର ବିନ୍ଧୁ ଥିଲା ବରଗଡ଼ ସଦର। ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ପହଂଚି ଥିଲା ଆମ୍ ଆଦମୀ ପାର୍ଟି। ଗତ ଶନିବାର ଦିନ ବରଗଡ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ ରେ ଜିଲ୍ଲାର ସମସ୍ତ ବ୍ଲକ ରେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଜଣାପଡିଛି।
Ad..
ତେଣୁ ସମସ୍ତ କ୍ଷୟ କ୍ଷତି କୁ ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ଦେବାକୁ ଆପ୍ ଦାବୀ କରିଛି। ସେହିପରି ବରଗଡ଼ ସହର ରେ ପରିମଳ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ବେଳେ କୌଣସି ପ୍ରକାର ଆଖି ଦୁଶିଆ ସଫେଇ କାର୍ଯ୍ୟ ହେଉ ନଥିବାରୁ ଏହା ପ୍ରତି ଧ୍ୟାନ ଦେଇ ପଦକ୍ଷେପ ନେବାକୁ ଦାବୀ କରିଛି ଆପ୍।
Ad..
ସେହିପରି ମୁଣ୍ଡା ପଡା ଡ଼ମ୍ପିଙ୍ଗୟାର୍ଡ଼ କୁ ସ୍ୱଚ୍ଛ କରିବା କୁ ଗ୍ରୀନ ଟ୍ରିବୁନାଲ ନିର୍ଦେଶ ଦେଇଥିବା ସତ୍ୱେ କାହିଁକି ବିଳମ୍ବ କରଯାଉଛି ବୋଲି ରାଜ୍ୟ ସମ୍ପାଦକ ଭବାନୀ ସାହୁ ପ୍ରଶ୍ନ କରିଥିଲେ ସେହିପରି ବରଗଡ ସହର ମଧ୍ୟରେ ଥିବା ହସ୍ପିଟାଲ କୁ ସରକାର କାହିଁକି ଅବହେଳା କରୁଛି ବୋଲି ଆମ୍ ଆଦମୀ ପାର୍ଟି ପ୍ରଶ୍ନ କରିଛି।
ଆପ୍ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ, ମହିଳା ନେତ୍ରୀ ମାରିୟମ ବାର୍ଲା, ଅସିତ ସାହୁ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...



