ବିରୋଧ ପରେ ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ...

ବିରୋଧ ପରେ ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ...


ଭୁବନେଶ୍ଵର/ଦୀଘା,୦୬/୦୫ : ବିରୋଧ ପରେ ଦୀଘାରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ । ପଶ୍ଚିମବଙ୍ଗ ସରକାର ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ଏହାକୁ ଜଗନ୍ନାଥ ଧାମ ନାମିତ କରିବା ପରେ ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ବ୍ୟଥିତ କରିଛି। ଏହାରି ଭିତରେ ଦୀଘା ମନ୍ଦିରରୁ ହଟିଲା ‘ଜଗନ୍ନାଥ ଧାମ’ ନାମଫଳକ।

Ad..


ନବ ନିର୍ମିତ ମନ୍ଦିର ପାଖରେ ଲାଗିଥିବା ଜଗନ୍ନାଥ ଧାମ ଫଳକକୁ ପ୍ରବଳ ବିରୋଧ ପରେ ହଟାଇ ଦିଆଯାଇଛି। ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ବିଜେପି ମିଡ଼ିଆ ସେଲ ଅଧ୍ୟକ୍ଷ ଅମିତ ମାଲବ୍ୟ। ସେ ଲେଖିଛନ୍ତି, ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଏହାକୁ କାଢ଼ି ଦେଇଛି।

       Ad..


ଚାରିଧାମ ଭିତରେ ଯାଉଛି ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର। ବିବାଦ ତେଜିବା ପରେ ଏବେ ପଛକୁ ହଟିଛନ୍ତି ମମତା । ଆଉ ଅନେକ ବାଦ ବିବାଦ ପରେ ଦୀଘା ମନ୍ଦିର ନିକଟରୁ ‘ଜଗନ୍ନାଥ ଧାମ’ ନାମଫଳକ ହଟାଇ ଦିଆଯାଇଛି। କିନ୍ତୁ ଏବେ ବି ୱେବସାଇଟରେ ରହିଥିବା ଦେଖିବାକୁ ମିଳିଛି।



Edited by k.s thakur...




Post a Comment

Previous Post Next Post