ନକଲି କଫ ସିରପ୍ ଜବତ, ଅଭିଯୁକ୍ତ ଗିରଫ...

ନକଲି କଫ ସିରପ୍ ଜବତ, ଅଭିଯୁକ୍ତ ଗିରଫ...


ରେଙ୍ଗାଲିକ୍ୟାମ୍ପ,୦୨/୦୫ : ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ଛକ ତଥା ଅତାବିରାର ବିଭିନ୍ନ ସ୍ଥାନରେ ପୁଲିସ ଜାଲ ବିଛାଇଛି। 

            Ad..


ଶୁକ୍ରବାର ଜଣେ ନିଶା ବେପାରୀ ପୁଲିସ ଜାଲରେ ଫସିଛି। ସମ୍ବଲପୁର ବାଳିବନ୍ଧାର ଆକାଶ ଗୁପ୍ତା ଏକ କାରରେ ବେଆଇନ, ନକଲି କଫ ସିରପ୍ ଆଣି ବହୁ ମାତ୍ରାରେ ବିକ୍ରି କରି ଚମ୍ପଟ୍ ମାରୁଥିଲା ଓ ଆଜି ସେ ପୁଲିସ ହାତରେ ଧରାପଡ଼ିଛି।

         Ad..


ଅତାବିରା ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସଦଳବଳେ ଯାଇ ଜାଲରେ ପଡ଼ିଥିବା ବିକ୍ରେତାକୁ ଗିରଫ କରି ତା’ଠାରୁ ୨୨୦ ବୋତଲ କଫ ସିରପ, ଗୋଟିଏ ପତା ନିଟ୍ରୋସନ୍ ଟ୍ୟାବଲେଟ, ଗୋଟିଏ କାର୍ ଓ ନଗଦ ୩୧୦୦ ଟଙ୍କା ଜବତ କରିବା ସହ ତାକୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। 

ସମ୍ବଲପୁରରୁ ଅତାବିରା ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ସମ୍ଭାବନା ନେଇ ଅଧିକ ତଦନ୍ତ ଜାରି ରହିଛି। ଏମିତି ନିଶା କାରବାର କରି ଅଞ୍ଚଳରେ ଯୁବ ସମାଜକୁ ନିଶାଗ୍ରସ୍ତ କରି ପଥଭ୍ରଷ୍ଟ କରୁଥିବା ନେଇ ପୁଲିସ ପାଖରେ ଅନେକ ଦିନରୁ ସୂଚନା ରହିଥିଲା। ତେଣୁ ପୁଲିସ ଜାଲ ବିଛାଇ ରଖିଥିଲା ଏହି ବେଆଇନ ନିଶା କାରବାର କରୁଥିବା ଲୋକଙ୍କୁ ଧରିବା ପାଇଁ। ସେହି ଜାଲରେ ଆଜି ଏହି ଯୁବକ ଧରାପଡ଼ିଛି।



Edited by k.s thakur...



Post a Comment

Previous Post Next Post