'ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା'ରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ...

'ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା'ରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ...


ଭୁବନେଶ୍ବର,୦୨/୦୫ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 'ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା'ରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ମଧ୍ୟମା ଓ ଏସଓଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ବୋଲି ସେ କହିଛନ୍ତି। 

Ad..


ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀ ମାଝୀ କହିଛନ୍ତି, ଆଶାଜନକ ଫଳାଫଳ ପାଇନଥିବା ପିଲାମାନଙ୍କୁ ନିରୁତ୍ସାହିତ ନହୋଇ ଫଳାଫଳ ନିର୍ବିଶେଷରେ ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ସହ ଅଧ୍ୟବସାୟ ଜାରିରଖିବା ପାଇଁ ଉପଦେଶ ଦେଉଛି। ସମସ୍ତଙ୍କର ଉଜ୍ଜଳ ଭବିଷ୍ୟତ ଓ ଉତ୍ତରୋତ୍ତର ସଫଳତା କାମନା କରୁଛି।

         Ad..


ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା-୨୦୨୫ର ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ବହୁ ପ୍ରତୀକ୍ଷିତ ଏହି ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରେଜଲ୍ଟ ଜାରି କରି ଏହା କହିଛନ୍ତି। 

ମନ୍ତ୍ରୀ କହିଛନ୍ତି, ମାଟ୍ରିକ୍ ପରୀକ୍ଷା-୨୦୨୫ ପାଇଁ ୫,୧୦,୭୮୯ ଜଣ ଛାତ୍ରଛାତ୍ରୀ ଫର୍ମଫିଲପ୍ କରଥିଲେ। ଏଥିରୁ ୫,୦୨,୪୧୭ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ସାମିଲ ହୋଇଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪,୮୪,୮୬୩ ଜଣ ପାସ୍ କରିଛନ୍ତି। 

ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି, ଚଳିତ ବର୍ଷ ମାଟ୍ରିକ୍‌ରେ ପାସ ପ୍ରତିଶତ ହେଲା ୯୪. ୯୩ ରହିଛି। ଚଳିତ ବର୍ଷ ୨,୪୦,୨୫୧ (୯୪%) ଜଣ ପୁଅ ପାସ୍ କରିଥିବା ବେଳେ ୨,୪୪,୬୧୨ (୯୬%) ଜଣ ଝିଅ ପାସ୍ କରିଛନ୍ତି। ମୋଟ ୧୭,୩୮୪ ଜଣ ପିଲା ଫେଲ୍ ହୋଇଛନ୍ତି। 

ଏ-୧ ଗ୍ରେଡ୍‌ରେ ୧୮୧୨, ଏ-୨ ଗ୍ରେଡ୍‌ରେ ୧୨,୨୦୦, ବି-୧ ଗ୍ରେଡ୍‌ରେ ୩୮,୮୩୧, ବି-୨ ଗ୍ରେଡରେ ୮୪,୯୭୧, ସି-ଗ୍ରେଡ୍‌ରେ ୧,୩୩,୮୮୨, ଡି ଗ୍ରେଡ୍‌ରେ ୧,୪୬,୧୫୪ ଓ ଇ ଗ୍ରେଡ୍‌ରେ ୬୭,୦୧୩ ଜଣ ପିଲା ପାସ୍ କରିଛନ୍ତି। ସବୁ ସ୍କୁଲରେ ପିଲାମାନେ ପାସ କରିଛନ୍ତି। ୩୨୭୩ ସ୍କୁଲରେ ଫଳାଫଳ ୧୦୦ ପ୍ରତିଶତ ରହିଛି। ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ୯୯.୩୫ ପ୍ରତିଶତ ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ୍ ହାର ୯୨.୮୩ ପ୍ରତିଶତ ରହିଛି। 



Edited by k.s thakur...



Post a Comment

Previous Post Next Post