ଶ୍ରୀଶ୍ରୀ ନୃସିଂହନାଥ ମାର୍ଜାରକେଶରୀ ମହାପ୍ରଭୁଙ୍କ ଠାରେ ଲାଗି ହେଲା ପଖାଳ ଭୋଗ...

ଶ୍ରୀଶ୍ରୀ ନୃସିଂହନାଥ ମାର୍ଜାରକେଶରୀ ମହାପ୍ରଭୁଙ୍କ ଠାରେ ଲାଗି ହେଲା ପଖାଳ ଭୋଗ...


ବରଗଡ଼,୦୨/୦୫ : ପଶ୍ଚିମ ଓଡ଼ିଶାର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଠାରେ ବୁଧବାର ଅପରାହ୍ନ ୪ ଟାରେ ପଖାଳ ଭୋଗ ଲାଗି କରାଯାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଅତ୍ୟଧିକ ଉତ୍ତାପ ହେତୁ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଠାକୁର ଙ୍କୁ ଅସହ୍ୟ ଗରମ ଅନୁଭୂତ ହୋଇଥାଏ।

       Ad..


ଲୋକେ ଯେପରି ଗ୍ରୀଷ୍ମ କାଳରେ ଅତ୍ୟଧିକ ଉତ୍ତାପ ଯୋଗୁ ପଖାଳକୁ ଖାଦ୍ୟ ରୂପେ ଗ୍ରହଣ କରିଥାଆନ୍ତି ସେପରି ଭଗବାନ ମାର୍ଜାରକେଶରୀଙ୍କୁ ମଧ୍ୟ ପ୍ରବଳ ଗ୍ରୀଷ୍ମ ଉତ୍ତାପ ହେତୁ ମୁକ୍ତି ମିଳିବା ପାଇଁ ପଖାଳକୁ ଭୋଗ ରୂପେ ଅର୍ପଣ କରି ତାତିରୁ ମୁକ୍ତି କରାଯାଇଥାଏ। 

        Ad..


ନୃସିଂହନାଥ ପୀଠ ର ବୈଶାଖ ପରମ୍ପରା ଅନୁସାରେ ଅତି ସରୁ ବାସନା ଚାଉଳରେ ତିଆରି ପଖାଳ ଓ ସେଥିରେ ଟେଭା ପତ୍ର, ଲେମ୍ବୁ,ଦହି ଆଦି ନାନା ପ୍ରକାର ବ୍ୟଞ୍ଜନ ସହ ପ୍ରସ୍ତୁତ ଭୋଗ ଲାଗି କରା ଯାଇଥାଏ। ବୁଧବାର ଠାରୁ ଦୀର୍ଘ ୭ ଦିନ ଧରି ଅପରାହ୍ନ ୪ ଘଣ୍ଟା ସମୟରେ ମହାପ୍ରଭୂ ନୃସିଂହନାଥ  ମାର୍ଜାରକେଶରୀ ଠାକୁରଙ୍କୁ ପଖାଳ ଭୋଗ ଲାଗି କରାଯାଇଥାଏ । 

ପୂଜାର୍ଚ୍ଚନା ପରେ ଲୋକଙ୍କୁ ମାଗଣାରେ ପଖାଳ ଭୋଗ ବଣ୍ଟନ କରାଯାଇଥାଏ ।ପଖାଳ ଭୋଗ ପାଇଁ ଦୂର ଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଆସି ପଖାଳ ଭୋଗ ପାଇ ଆନନ୍ଦିତ ହୋଇଥାନ୍ତି। ପରମ୍ପରା ଅନୁସାରେ ପ୍ରତ୍ୟେକ ବୈଶାଖ ଅକ୍ଷୟ ତୃତୀୟା ଠାରୁ ଦଶମୀ ପର୍ଯ୍ୟନ୍ତ ପଖାଳ ଭୋଗ ଲାଗିକରାଯାଇଥାଏ। ଏଥର ମଧ୍ୟ ଏହି ପରମ୍ପରାକୁ ମହା ଆନନ୍ଦରେ ପାଳନ କରାଯାଇ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ବଣ୍ଟନ କରାଯାଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post