ଦିଘାରେ ଜଗନ୍ନାଥ ମନ୍ଦିର ବିବାଦ ଘଟଣା; ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ: ରାମକୃଷ୍ଣ...
ପୁରୀ,୦୨/୦୫ : ପଶ୍ଚିମବଙ୍ଗ ଦୀଘା ସମୁଦ୍ରତଟରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୂତନ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଣପ୍ରତିଷ୍ଠା ହୋଇଛି। ଦିଘାରେ ଜଗନ୍ନାଥ ମନ୍ଦିରକୁ ନେଇ ଦେଖା ଯାଇଥିବା ବିବାଦ ପ୍ରସଙ୍ଗରେ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର ।
Ad..
ସେ କହିଛନ୍ତି ମମତା ବାଲାର୍ଜୀ ମୋର ଜଣେ ଶିଷ୍ୟ। ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ । ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ କହିଥିଲି। ନିମ୍ବ କାଠରେ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି । ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ ରହିଛି । ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ।
Ad..
ସୂଚନା ଯୋଗ୍ୟ; ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି। ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି ।
ଦୀଘାରେ ନୂତନ ଭାବେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଏବେ ବିବାଦ ଦେଖା ଦେଇଛି। ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି। ଭାରତର ଚାରି ଧାମ ମଧ୍ୟରୁ ଅନ୍ୟତମ ତଥା ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ। ଏଠାରେ ହିଁ ଦାରୁ ବ୍ରହ୍ମ ପୂଜା ପାଉଛନ୍ତି।
Edited by k.s thakur...



