ନବବଧୂ ଙ୍କୁ ହତ୍ୟା ଅଭିଯୋଗ, ଥାନା ରେ ମାମଲା ଦାୟର...
ବରଗଡ଼,୦୨/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଲହଙ୍ଗୀର ଗ୍ରାମର ଗୁଣନିଧି ବେଣ୍ଟକାର ଙ୍କ ପୁଅ ଧ୍ରୁବ ବେଣ୍ଟକର ଙ୍କ ସହ ଯାମପାଲି ର ଜଗତରାମ ବରିହା ଙ୍କ ଝିଅ ପ୍ରତିମା ବରିହା ଙ୍କର ବିବାହ ଗତ ମାର୍ଚ୍ଚ ମାସ ୨୬ ତାରିଖ ଦିନ ହୋଇଥିଲା।
Ad..
ତେବେ ଝିଅ କୁ ବାହା ଘରେ ଯଥା ଶକ୍ତି ଯୌତୁକ ଦେଇ ବାପ ଘର ଲୋକେ ବାହା କରିଥିବା ବେଳେ କିନ୍ତୁ ବିବାହ ପରଠୁ ହିଁ ଯୌତୁକ ପାଇଁ ବାରମ୍ବାର ଶାଶୁ ଘର ଲୋକେ ହଇରାଣ କରୁଥିବା ଝିଅ ବାପ ଘର ଲୋକେ ଅଭିଯୋଗ କରୁଥିବା ବେଳେ ଗତ ବୁଧବାର ଦିନ ଝିଅ ବାପ ଘରୁ ଶାଶୁ ଘରକୁ ଯାଇଥିଲା।
Ad..
ଗତ କାଲି ଉପରବେଳା ପ୍ରାୟ ୧ ଘଣ୍ଟା ସମୟରେ ଝିଅ ର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ବାପ ଘର ଲୋକେ। ତେବେ ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଝିଅ ଙ୍କ ଭାଇ ଅଭିଯୋଗ କରୁଥିବା ବେଳେ କିନ୍ତୁ ଝିଅ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ଝିଅ ର ଦେଢଶୁର।
ତେବେ ଏନେଇ ଜଗଦଳପୁର ପୋଲିସ କେଶ ନଂ. ୬୦/ ତା ୧.୫.୨୫ ଅନ୍ତର୍ଗତ ଭାରତୀୟ ନ୍ୟାୟ ସଂହିତା U/S 85/80/103(1)/3(5) ଏବଂ 4ଡିବି ନିୟମ ରେ ଏକ ମାମଲା ରୁଜୁ କାରି ତଦନ୍ତ ଜାରି ରଖିଥିବା ସହ ନବବିବାହିତା ସ୍ବାମୀ କୁ ଥାନାରେ ଅଟକ ରଖିଥିବା ସୂଚନା ଦେଇଛନ୍ତି।
Report : Bijay ku sahu
Edited by k.s thakur...



