ନୃସିଂହନାଥ ବୈଶାଖ ମେଳା ଆରମ୍ଭ...
ବରଗଡ଼,୦୮/୦୫ : ପଶ୍ଚିମ ଓଡ଼ିଶା ର ନୃସିଂହନାଥ ପୀଠ ରେ ପ୍ରସିଦ୍ଧ ବୈଶାଖ ମେଳା ଶୁଭାରମ୍ଭ ହୋଇଛି ।ମେ ୭ ରୁ ୧୨ ତାରିଖ ପର୍ଯ୍ୟନ୍ତ ଦିର୍ଘ ୫ ଦିନ ର ମେଳା ଆଜି ସନ୍ଧ୍ୟାରେ ଆରମ୍ଭ ହୋଇ ବିଶ୍ଵଶାନ୍ତି ମହାଯଜ୍ଞ ର କଳସ ଅଧିବାସ ହୋଇଛି।
Ad..
ବୁଧବାର ସନ୍ଧ୍ୟା ୫ଟାରେ ବିଶ୍ଵଶାନ୍ତି ମହାଯଜ୍ଞ କଳସ ଅଧିବାସ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହେଉଛି । ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଜନ୍ମ ମହୋତ୍ସବ ବା ବୈଶାଖ ମେଳା ଦୀର୍ଘ ୫ ଦିନ ଚାଲିବ।ପଡୋଶୀ ଜିଲ୍ଲା ତଥା ରାଜ୍ୟ ବାହାରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୁଏ ।
Ad..
ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମେଳାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ସହ ଦୋକାନ ବଜାର ଥିବା ଦୃଷ୍ଟିରୁ ପାନୀୟ ଜନ ବ୍ୟବସ୍ଥା ଓ ସ୍ଵଚ୍ଛତା ପାଇଁ ପାନୀୟ ଜଳ ଯୋଗାଣ ବିଭାଗ,ସ୍ବାସ୍ଥ୍ୟ ସେବା ପାଇଁ ସରକାରୀ ଚିକିତ୍ସା ଓ ଆୟୁର୍ବେଦ ଚିକିତ୍ସା ଡାକ୍ତର ଦଳ,ବିଦ୍ୟୁତ ସେବା ପାଇଁ ବିଦ୍ୟୁତ୍ କର୍ମଚାରୀ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ବିଭିନ୍ନ ବିଭାଗରେ ବୈଶାଖ ମେଳା ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟ ଦାୟିତ୍ୱ ନିର୍ବାହ କରିବା ଦାୟୀତ୍ବ ନେଇଥିବା ସୂଚନାରୁ ଜଣାପଡିଛି।
Ad..
ଶାନ୍ତି ଶୃଙ୍ଖଳା ,ଟ୍ରାଫିକ ବ୍ୟବସ୍ଥା ତଥା ପୋଲିସ ସହାୟତା ପାଇଁ ଏସ.ଡି.ପି.ଓ. ୧ଜଣ, ଡି.ଏସ.ପି.୩ଜଣ,ଇନ୍ସପେକ୍ଟର ୫ଜଣ, ସବ୍ ଇନ୍ସପେକ୍ଟର ଓ ଏ ଏସ ଆଇ ମିଶି ୪୦ ଜଣ,୧୦ ପ୍ଲାଟୁନ ଫୋର୍ସ ଓ ପୋଲିସ,୬୦ ଜଣ ହୋମ ଗାଡ଼ି ନିଯୁକ୍ତି ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।
ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ଯାତ୍ରୀ ଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା ଓ ଗମନାଗମନ ପାଇଁ ରାସ୍ତା ଓ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପୂର୍ବରୁ ସୂଚନା ଦେଇ ଆସୁଛନ୍ତି।
Report : Bijay ku sahu
Edited by k.s thakur...
Tags:
baisakh mela
Bargarh
latest news
latest update
nrusinghnath temple
odisha daily current affairs
padamapur
paikmaal
start




