ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ମକ୍ ଡ୍ରିଲ୍: ବାଜିଲା ସାଇରନ୍...
ଭୁବନେଶ୍ଵର,୦୭/୦୫ : ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ମକ୍ ଡ୍ରିଲ। ଆଜି ଅପରାହ୍ନ ୪ଟାରେ ବାଜିଲା ସାଇରନ । ସତର୍କ ହେଲେ ଜନତା। ଯୁଦ୍ଧ ସମୟରେ କିପରି ରହିବେ ସଜାଗ ସଚେତନ କରିଛନ୍ତି ସୁରକ୍ଷାକର୍ମୀ।
Ad..
ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆଜି ଓଡ଼ିଶାର ୧୨ଟି ସ୍ଥାନରେ ହୋଇଛି ମକଡ୍ରିଲ୍। ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ପରାମର୍ଶ ଦିଆଯାଇଛି। ଆଜି ରାଜଧାନୀରେ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ କରାଯାଇଛି। ମକଡ୍ରିଲ ବେଳେ ବନ୍ଦ ହେବନି ଜରୁରୀକାଳୀନ ସେବା।
Ad..
ଆଜି ୫ ମିନିଟ୍ ଧରି ସାଇରନ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ କିପରି ଯିବେ ତାହାର ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନରେ ଶତ୍ରୁପକ୍ଷରୁ ଆକାଶମାର୍ଗରୁ ବୋମା ବର୍ଷଣ ହେଲେ କିପରି ଆତ୍ମରକ୍ଷା କରିବେ ତାହାର ମକ୍ଡ୍ରିଲ୍ କରାଯାଇଥିଲା।
ଏହି ସମୟରେ କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟିଲେ, ତା’ର କିପରି ମୁକାବିଲା କରାଯିବ, ସେନେଇ ମଧ୍ୟ ବେସାମରିକ ସୁରକ୍ଷା ଅର୍ଥାତ ସିଭିଲ ଡିଫେନ୍ସ ପକ୍ଷରୁ ମକ୍ଡ୍ରିଲ୍ କରାଯାଇଛି।
ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସଚେତନ ଓ ସୁରକ୍ଷା ପ୍ରଦାନ ପାଇଁ ଏହି ମକ୍ଡ୍ରିଲ୍ କରାଯାଉଛି। ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିରେ ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକଡ୍ରିଲ୍ରେ ଭୂମିକା ରହିବ । ଆଜିଠାରୁ ମକଡ୍ରିଲ ହେବଏହା ୭ ଦିନ ଧରି ଚାଲିବ। ମକ୍ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍।
Edited by k.s thakur...



