କରେଗୁଟ୍ଟା ପାହାଡ଼ରେ ମାଓ ବିରୋଧୀ ଅପରେସନ, ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ...

କରେଗୁଟ୍ଟା ପାହାଡ଼ରେ ମାଓ ବିରୋଧୀ ଅପରେସନ, ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ...


ଭୁବନେଶ୍ୱର,୦୭/୦୫: ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଚାଲିଥିବା ଦେଶର ସବୁଠାରୁ ବଡ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା । 

            Ad..


ବୁଧବାର ସକାଳେ ଆରମ୍ଭ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୨୦ ରୁ ୨୨ ନକ୍ସଲ ପନ୍ଥିଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ। ଅପରେସନ୍ କାଗାର ଜାରି ରହିଥିବା ବେଳେ ନିହତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। 

         Ad..


ଏହି ଅପରେସନ୍ ଉପରେ ଦିଲ୍ଲୀରୁ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ, ଛତିଶଗଡ ଏଡିଜି ନକ୍ସଲ ଅପ୍ସ ବିବେକାନନ୍ଦ ସିହ୍ନା, CRPF ଆଇଜି ରାକେଶ ଅଗ୍ରୱାଲ ଏବଂ ବସ୍ତର ଆଇଜିପି ସୁନ୍ଦରରାଜ। 

ସନ୍ଧ୍ୟା ସୁଦ୍ଧା ଏକ ଐତିହାସିକ ସଫଳତା ଆଡକୁ ଅଗ୍ରସର ହୋଇପାରେ ବୋଲି ଜଣାପଡିଛି  । ଡିଆରଜି କୋବ୍ରା ସିଆରପିଏଫ ଏସଟିଏଫ ର ଜବାନ ମାନେ ନକ୍ସଲ ମାନଙ୍କୁ ନିରନ୍ତର ଉଚିତ ଜବାବ ଦେଉଛନ୍ତି ।



Edited by k.s thakur...




Post a Comment

Previous Post Next Post