ଇସ୍ତଫା ଦେବେ ୧୦ ଓ୍ବାର୍ଡ ସଭ୍ୟସଭ୍ୟା,ଡାକରେ ପଠାଇାବେ ଇସ୍ତଫାପତ୍ର...

ଇସ୍ତଫା ଦେବେ ୧୦ ଓ୍ବାର୍ଡ ସଭ୍ୟସଭ୍ୟା,ଡାକରେ ପଠାଇାବେ ଇସ୍ତଫାପତ୍ର...


କଟକ ସଦର,୨୯/୦୫ : କଟକ ସଦର ବ୍ଲକ ଅନ୍ତର୍ଗତ ପରମହଂସ ପଞ୍ଚାୟତର ୧୦ ଜଣ ଓ୍ବାର୍ଡ ସଭ୍ୟାସଭ୍ୟ ସେମାନଙ୍କର ଇସ୍ତଫାପତ୍ର ପ୍ରଦାନ ପାଇଁ ଗୁରୁବାର କଟକ ସଦର ବିଡିଓଙ୍କୁ ଭେଟିଥିଲେ। ମାତ୍ର ଇସ୍ତଫା ସିଧାସଳଖ ବ୍ଲକରେ ନ ଦେଇ ସରପଞ୍ଚଙ୍କୁ ଦେବା ପାଇଁ ବିଡିଓ ପ୍ରତୀକ ସାହୁ କହିଥିଲେ। 

            Ad..


ମାତ୍ର ସମ୍ପୃକ୍ତ ଓ୍ବାର୍ଡ ସଭ୍ୟାସଭ୍ୟମାନେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭେଟ୍‌ ପାଉନାହାନ୍ତି ବୋଲି ବିଡିଓଙ୍କୁ ଜଣାଇ ଥିଲେ। ଓଡ଼ିଶା ପଞ୍ଚାୟତ ନିୟମରେ ଇସ୍ତଫା ପଞ୍ଚାୟତ ଜରିଆରେ ଆସିବାର ଥିବାରୁ ଏହାକୁ ଦୃଷ୍ଟିରେ ରଖି ୧୦ ଜଣ ଯାକ ଡାକ ଯୋଗେ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି।

        Ad..


ଏ ସମ୍ପର୍କରେ ସରପଞ୍ଚ ତ୍ରିଲୋଚନ ପାତ୍ରଙ୍କୁ ପଚାରିବାରୁ ଆଜି ଓ୍ବାର୍ଡ ସଭ୍ୟାସଭ୍ୟମାନେ ପଞ୍ଚାୟତକୁ ଆସିବେ ବୋଲି ସେ ଜାଣି ନଥିବା ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

ସୂଚନାଯୋଗ୍ୟ, ୨୧ରେ ଅନାସ୍ଥା ପ୍ରସ୍ତାବ କାଟ୍‌ ଖାଇବା ପରେ ସେହିଦିନ ପଞ୍ଚାୟତରେ ଉପସ୍ଥିତ ଥିବା ଏହି ଓ୍ବାର୍ଡ ସଭ୍ୟାସଭ୍ୟମାନେ ଇସ୍ତଫା ଦେବା ପାଇଁ ଘୋଷଣା କରିଥିଲେ।



Edited by k.s thakur...


Post a Comment

Previous Post Next Post