ଭୀମ ଭୋଇ ଓଡିଶା ସାହିତ୍ୟକୁ ସମୃଦ୍ଧ କରିଛନ୍ତି : ଗାନ୍ଧୀ ସ୍ମୃତି ପାଠାଗାର ଠାରେ ମାସିକ ଆଲୋଚନାଚକ୍ର...

ଭୀମ ଭୋଇ ଓଡିଶା ସାହିତ୍ୟକୁ ସମୃଦ୍ଧ କରିଛନ୍ତି : ଗାନ୍ଧୀ ସ୍ମୃତି ପାଠାଗାର ଠାରେ ମାସିକ ଆଲୋଚନାଚକ୍ର...


ବରଗଡ଼,୨୯/୦୫ : ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ଠାରେ ଅନୁଷ୍ଠିତ ମାସିକ ଆଲୋଚନା ଚକ୍ରରେ ଭୀମ ଭୋଇଙ୍କ ଜୀବନ ଓ ଲେଖନୀ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

          Ad..


ପାଠାଗାରର ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନୋରଜଂନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଆଲୋଚକ ଭାବରେ ଡକ୍ଟର ରଘୁନାଥ ମେହେର ଯୋଗଦେଇ ଭୀମଭୋଇଙ୍କ ଜୀବନ ଓ ଲେଖନୀ ଉପରେ ଆଲୋକପାତ କରିଥିଲେ। 

         Ad..


ଭୀମ ଭୋଇ ତାଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ କିପରି ଓଡିଶା ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି ସେ ବିଷୟରେ ଡକ୍ଟର ମେହେର ବିଶଦ୍ ତଥ୍ୟ ପ୍ରଦାନ କରିଥିଲେ। ଗାନ୍ଧୀ ସ୍ମୃତି ପାଠାଗାର ତରଫରୁ ଆଗାମୀ ଦିନ ମାନଙ୍କରେ ମଧ୍ୟ ବିଭିନ୍ନ ବିଷୟରେ ଏ ଧରଣର ମାସିକ ଆଲୋଚନା ଚକ୍ର ହେବ ବୋଲି ପାଠାଗାର ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post