ମାଲ୍ ପ୍ରାକ୍ଟିସ ଘଟଣା: ୫ ଶିକ୍ଷକ ନିଲମ୍ବିତ ସହ ୩୩ ଜଣଙ୍କୁ ସୋ କଜ୍‌ ନୋଟିସ ଜାରି କଲେ ରାଜ୍ୟ ସରକାର...

ମାଲ୍ ପ୍ରାକ୍ଟିସ ଘଟଣା: ୫ ଶିକ୍ଷକ ନିଲମ୍ବିତ ସହ ୩୩ ଜଣଙ୍କୁ ସୋ କଜ୍‌ ନୋଟିସ ଜାରି କଲେ ରାଜ୍ୟ ସରକାର...


ଭୁବନେଶ୍ଵର,୨୯/୦୫ : ଶିକ୍ଷା ବିଭାଗର କଡ଼ା ଆକ୍ସନ। ବରଗଡ଼ ଜିଲ୍ଲାର ବିଭିନ୍ନ ସ୍କୁଲ ପ୍ରଧାନଶିକ୍ଷକ ଓ ଶିକ୍ଷକଙ୍କ ବିରୋଧରେ ନିଆଯାଇଛି ଆକ୍ସନ ।ପଦ୍ମପୁର ବାନ୍ଦୁପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ପଦ୍ମପୁର ପବ୍ଲିକ ସ୍କୁଲରେ ମାଲ୍ ପ୍ରାକ୍ଟିସ(ଏମ୍‌ପି) ଘଟଣାରେ ୫ ଶିକ୍ଷକ ନିଲମ୍ବିତ କରିଛନ୍ତି ରାଜ୍ୟସରକାର।

             Ad..


ବରଗଡ଼ ଜିଲ୍ଲାର ୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨ ପ୍ରିନ୍ସିପାଲଙ୍କ ସହ ୫ ଶିକ୍ଷକ ନିଲମ୍ବିତ କରାଯିବା ସହ ୩୩ ଜଣ ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଣାପଡିଛି ।ସୂଚନା ଯୋଗ୍ୟ; ୧,୧୮୫ ଜଣ ଦଶମ ଓ ଦ୍ବାଦଶ ପିଲାଙ୍କ ରେଜଲ୍ଭ ପ୍ରକାଶ କରିଥିଲା CBSE। 

       Ad..


୩ ଶହ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ, ଫେଲ୍ ହୋଇଥିଲେ ୮୮୫ । ଏହା ପରେ CBSE ଦ୍ୱାରା କରାଯାଇଥିବା ଏକ ତଦନ୍ତରୁ OAV ବାନ୍ଦୁପାଲି ଏବଂ ଘରୋଇ ପରିଚାଳିତ ପଦମପୁର ପବ୍ଲିକ୍ ସ୍କୁଲର ଦୁଇଟି ପରୀକ୍ଷା କେନ୍ଦ୍ରରେ ବଡ଼ ଧରଣର ତ୍ରୁଟି ଦେଖାଦେଇଥିଲା। 

ଯେଉଁଠାରେ ବରଗଡ଼ ଜିଲ୍ଲାର ଚାରିଟି OAV ସମେତ ଛଅଟି ସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ। ଏହାପରେ ତଥ୍ଯ ଆଧାରରେ ମାଲ୍‌ ପ୍ରାକ୍ଟିସ୍ ଘଟଣାକୁ ନେଇ ରାଜ୍ୟ ସରକାର ନେଇଛନ୍ତି କାର୍ଯ୍ୟାନୁଷ୍ଠାନ।



Edited by k.s thakur...



Post a Comment

Previous Post Next Post