ବରଗଡରେ ସରକାରୀ ମେଡିକାଲ କଲେଜ ପାଇଁ ଦାବୀ ଜଣାଇଲା ବରଗଡ ନାଗରିକ ମଞ୍ଚ...
ବରଗଡ଼,୧୨/୦୫ : ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ବରଗଡ଼ ନାଗରିକ ମଞ୍ଚ ତରଫରୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ କୁ ଗୋଟିଏ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
Ad..
ମୁଖ୍ୟତଃ ବରଗଡ଼ରେ ଗୋଟିଏ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଛନ୍ତି। ସେହିପରି ସହରର ପୁରାତନ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପୂର୍ବତନ ସରକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଘୋଷଣା କରି ଥିଲେ କିନ୍ତୁ ଆବଶ୍ୟକ ଡାକ୍ତର, ଷ୍ଟାଫ, ପରୀକ୍ଷା ଯନ୍ତ୍ରପାତି ର ବ୍ୟବସ୍ଥା ନଥିବା କାରଣ ରୁ ରୋଗୀ ମାନେ ବହୁତ ହଇରାଣ ହେଉଛନ୍ତି।
Ad..
ତେଣୁ ଏହାର ସୁବ୍ୟବସ୍ଥା କରିବା ସହ ସହର ମଧ୍ୟରେ ଥିବା କାରାଗାର କୁ ବାହାର କୁ ସ୍ଥାନାନ୍ତର କରି ସେହି ଜାଗା ରେ ୩୦୦ ଶଯ୍ୟା ବିଶିଷ୍ଟ ଏଫଆରୟୁ କିମ୍ବା ସିଟି ହସ୍ପିଟାଲ ଘୋଷଣା କରିବାକୁ ଦାବୀ ହୋଇଛି।
Ad..
ସେହିପରି ବରଗଡ ଜିଲ୍ଲାର ଖେଦାପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର, ନର୍ସ, ଷ୍ଟାଫ, ପରୀକ୍ଷା, ଔଷଧ ଇତ୍ୟାଦି ଯୋଗାଇ ଦେବା ପାଇଁ ବରଗଡ ନାଗରିକ ମଞ୍ଚ ଦାବୀ କରିଛି।
ସଂଗଠନର ସଭାପତି ଆଇନଜୀବୀ ଭୀଷ୍ମଦେବ ସରାଫ, ଭବାନୀ ସାହୁ, ଶୟନ ପଣ୍ଡା, ଟିଙ୍କୁ ନନ୍ଦ, ନିତ୍ୟାନନ୍ଦ ବାଗ, ସୁରଥ ସାହୁ,ସତ୍ୟ ନାରାୟଣ ମେହେର, ସୁଶାନ୍ତ ସାହୁ, ଜୀବନ ଲାଲ ଚୌଧୁରୀ, ସୁଦାମ ସାହୁ, ଟଙ୍କ ଧର ଭେସ୍ରା, ସୁଧୀର ବରିହା, ଜିଭି ରାଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...




