ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜଗିବ ବଜ୍ର ଯାନ...

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଜଗିବ ବଜ୍ର ଯାନ...


ଭୁବନେଶ୍ବର,୧୨/୦୫ : ଶ୍ରୀମନ୍ଦିର ସୁରକ୍ଷାରେ ମୁତୟନ ହେଲା ଆର୍ମଡ୍‌ ଭେଇକିଲ୍‌‌। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ଡିଜିପି ୱାଇବି ଖୁରାନିଆ। ଶ୍ରୀମନ୍ଦିର ସୁରକ୍ଷାରେ ଯୋଡି ହେଲା କେନ୍ଦ୍ର ସୁରକ୍ଷା ବଳର ବଜ୍ର ଯାନ। ଏଥିରେ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ରହିଛି। 

           Ad..


ବଜ୍ର ଯାନ ଦ୍ବାରା ଶ୍ରୀମନ୍ଦିରକୁ ୨୪ ଘଣ୍ଟିଆ ସୁରକ୍ଷା ଦେବେ ସୁରକ୍ଷା ସେନାର ସ୍ୱତନ୍ତ୍ର କମାଣ୍ଡୋ । ଭାରତ ପାକିସ୍ତାନ ଉତ୍ତେଜନା ମଧ୍ୟରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଶୃଙ୍ଖଳିତ ରଥଯାତ୍ରା ଓ ସ୍ନାନଯାତ୍ରା ମଧ୍ୟ ଅନୁଧ୍ୟାନ କରିବା ସହ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ନେଇ ବୈଠକ ହୋଇଥିବା ସୂଚନା।

Ad..



ଏହି ବୈଠକରେ  ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଅନୁଧ୍ୟାନ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ୍‌ ବ୍ୟବସ୍ଥା ନେଇ ଆଲୋଚନା ହୋଇଛି । ଡିଜିଙ୍କ ସହିତ ଏଡିଜି ଅମିତାଭ ଠାକୁର, ଏଡିଜି ଦୟାଲ ଗଙ୍ଗୱାର, ଆଇଜି ସିଆର୍‍ ପ୍ରବିଣ କୁମାର, ଆଇଜି ଅନୁପ ସାହୁ, ଡିଆଇଜି ପିନାକ ମିଶ୍ର, ଏସପି ବିନତ ଅଗ୍ରୱାଲ ପ୍ରମୁଖ ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

Ad..





Edited by k.s thakur...



Post a Comment

Previous Post Next Post