ଜୟପୁରରେ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ...

ଜୟପୁରରେ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ...


ଜୟପୁର,୧୨/୦୫ : ଜୟପୁର ବିଜୁ ପଟ୍ଟନାୟକ ଶାନ୍ତି ଉଦ୍ୟାନ ପରିସରରେ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Ad..


ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଅଧ୍ୟାପକ ଡ.ସୁଧାଂଶୁ ଶେଖର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବରେ ସମାଜସେବୀ ପ୍ରମୋଦ କୁମାର ରାଉଳ,ଅବିନାଶ ସାନ୍ତ୍ରାପାତ୍ର,ମମତା ପଣ୍ଡା ଯୋଗ ଦେଇଥିଲେ।

         Ad..


ପାର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,ବେଲୁନ ଫୁଙ୍କା,ବାଟି ଚାମଚ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଥିଲା।ଚିତ୍ରାଙ୍କନରେ ଆରୁଷ ପଟ୍ଟନାୟକ ପ୍ରଥମ ଓ ଅଭୀପ୍ସା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।

Ad..


ବର୍ତ୍ତମାନ ଭାରତର ବୀର ସୈନିକ ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଭାରତ ମାନଚିତ୍ର ଓ ଜାତୀୟ ପତାକା ଅଙ୍କନ କରିବାକୁ ଦିଆଯାଇଥିଲା।ଉପସ୍ଥିତ ଜନ ସାଧାରଣଙ୍କୁ ସିନ୍ଦୂର ଅପରେସନ ବିଷୟରେ ପ୍ରଶ୍ନ ପଚାରି ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ଉପସ୍ଥିତ ଜନ ସାଧାରଣ ଭୂୟସୀ ପ୍ରଶଂସା କରିଥିଲେ।



Edited by k.s thakur...



Post a Comment

Previous Post Next Post