ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡ଼ା ପକ୍ଷରୁ ଭୀମ ଭୋଇ ଜୟନ୍ତୀ ପାଳିତ...

ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡ଼ା ପକ୍ଷରୁ ଭୀମ ଭୋଇ ଜୟନ୍ତୀ ପାଳିତ...


ବଙ୍ଗୋମୁଣ୍ଡା,୧୩/୦୫ : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ବଡ଼ଗମଡା ଗ୍ରାମ ର ଭୀମ ଭୋଇ ଛକ ଠାରେ ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ବଡ଼ଗମଡା ପକ୍ଷରୁ ସନ୍ଥକବି ଭୀମ ଭୋଇ ଜୟନ୍ତୀ  ପାଳିତ ହୋଇଯାଇଛି।

      Ad..


ଅନୁଷ୍ଠାନର କୋଷାଧ୍ୟକ୍ଷ ଡିଙ୍ଗର ଭୋଇ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମ ଅବଧୂତ ଆନନ୍ଦ ଚନ୍ଦ୍ର ବାବା,ମୁଖ୍ୟ ବକ୍ତା ଅଧ୍ୟାପକ ରଞ୍ଜିତ ମେହେର,ସମ୍ମାନିତ ଅତିଥି କିଶୋର ବଘେଲ,ସନ୍ତୋଷ ମେହେର,ଲେଖଚନ୍ଦ୍ର ଛୁରା ଯୋଗଦେଇଥିଲେ। 

         Ad..


ଅତିଥି ଗଣ ଭୀମଭୋଇ ଙ୍କ ଜୀବନୀ,ନୀତି ଆଦର୍ଶ ଓ ମହତ ବାଣୀ ସମ୍ପର୍କରେ ଆଲୋକପାତ କରିଥିଲେ।ବିଶ୍ୱଶାନ୍ତି ନିମିତ୍ତାର୍ଥେ ଘୃତାହୂତି ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତିର ସଭାପତି ବୀର ଭୋଇ,ଉପସଭାପତି କ୍ଷୀରସିନ୍ଧୁ ଭୋଇ,ସମ୍ପାଦକ ପ୍ରେମାନନ୍ଦ ଛୁରା, କୋଷାଧ୍ୟକ୍ଷ ଡିଙ୍ଗର ଭୋଇ,ଗୋକୁଳ ଛୁରା, ଗଜ ଛୁରା, ସଦା ଭୋଇ,ମାୟାଧର ଭୋଇ,ଉପେନ୍ଦ୍ର ଭୋଇ,ସନ୍ତୋଷ ଭୋଇ,ଡିସେମ୍ବର ଭୋଇ,କୈଳାସ ଭୋଇ, ଭୁବନେଶ୍ୱର ଭୋଇଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।



Edited by k.s thakur...



Post a Comment

Previous Post Next Post