ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନାଳ ଉପରୁ ଜବରଦଖଲ ଉଚ୍ଛେଦ...

ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନାଳ ଉପରୁ ଜବରଦଖଲ ଉଚ୍ଛେଦ...


କଣ୍ଟାବାଞ୍ଜି,୧୪/୦୫: ଅନେକ ବର୍ଷରୁ ଶାସ୍ତ୍ରୀ ଛକଠୁ ପୁରୁଣା ବସ୍ତି ପର୍ଯ୍ୟନ୍ତ କାଠ ଓ ଟିଣରେ ନିର୍ମିତ ଡବା ଗୁଡିକ ନାଳ ଉପରେ ପକେଇ ଲୋକମନେ ବ୍ୟବସାୟ କରିଆସୁଥିଲେ । ହେଲେ ଏହି ଡବା ଗୁଡିକ ନାଳ ଉପରେ ରହିଥିବାରୁ ତାହା ସଫା ହୋଇ ପାରୁନଥିଲା

Ad..


ନାଳକୁ ଲାଗିକି ସରକାରୀ ଏମି ସ୍କୁଲ ରହିଅଛି । ଯାହା ଫଳରେ ନାଳ ସଫା ନହେବାରୁ ସ୍କୁଲ ପରିସରକୁ ପାଣି ପଶି ରାସ୍ତା ଉପରେ ନାଳ ପାଣି ବୋହି ଯାଉଥିଲା ।ତେବେ ଏହାକୁ ନେଇ ଜନସାଧାରଣ ଏନଏସିରେ ଅଭିଯୋଗ କରି ଆସୁଥିଲେ। 

         Ad..


ଏନଏସି ଅଭିଯୋଗ ପାଇବା ପରେ ୭ ଦିନ ପୂର୍ବରୁ ଦୋକାନୀ ମାନଙ୍କୁ ନୋଟିସ ଦେଇ ଦୋକାନ ଗୁଡିକୁ ହାତେଇବା ପାଇଁ ତାଗିଦ କରିଥିଲା । ହେଲେ ଦୋକାନୀମାନେ ଡବା ଗୁଡିକୁ ଉଠେଇ ନଥିଲେ । ତେଣୁ ଆଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ବିଶ୍ନାଥ ଖାଲ୍କୋ ଏବଂ ପୋଲିସ ପ୍ରଶାସନ ପହଞ୍ଚି ଜେସିବି ସାହାଯ୍ୟରେ ଉଚ୍ଛେଦ କରିଥିଲେ । 

ହେଲେ ଉଛେଦ ର ଖବର ପାଇ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିଥିଲେ, ଏହି ଗରିବ ଲୋକଙ୍କ ଦୋକାନ ଗୁଡିକୁ କାହିଁକି ଉଚ୍ଛେଦ କରାଯାଉଅଛି । 

କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଉତ୍ତରରେ କହିଥିଲେ ଯେ, ନାଳ ସଫା କରିବା ଅସୁବିଧା ହେଉଛି ଏବଂ ସ୍କୁଲ ପରିସରକୁ ପାଣି ପଶିବା ସାଙ୍ଗକୁ ରାସ୍ତା ଉପରେ ପାଣି ଭାସୁଛି ଏବଂ ଜନସାଧାରଣ ଅସୁବିଧା ଭୋଗୁଛନ୍ତି । ତେବେ ସାଲୁଜା କହିଥିଲେ ନାଳ ସଫା କରିବା ଭଲ କଥା ହେଲେ ଦୋକାନ ନଭାଙ୍ଗି ସେମାନଙ୍କୁ ସମୟ ଦିଆଯାଉ ।

କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ, ଏମାନଙ୍କୁ ଆଗରୁ ନୋଟିସ ଦିଆ ସରିଛି ହେଲେ ଏମାନେ ଶୁଣୁନାହାନ୍ତି । ତେଣୁ ଆଜି ଆମେ ଏହାକୁ ଉଚ୍ଛେଦ କରିବୁ । ଏହା ଶୁଣି ସାଲୁଜା ରାଗି ଯାଇ ଯୁକ୍ତି ତର୍କ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ମୁହାଁ ମୁହିଁ ହୋଇଥିଲେ ।



Edited by k.s thakur...




Post a Comment

Previous Post Next Post