ନୃସିଂହନାଥ ପୀଠ ବୈଶାଖ ମେଳା ଅବସରରେ ସମାଜସେବା ସେବା କାର୍ଯ୍ୟ ପାଇଁ ସଂକଳ୍ପ ପରିବାର ସମ୍ମାନିତ...

ନୃସିଂହନାଥ ପୀଠ ବୈଶାଖ ମେଳା ଅବସରରେ ସମାଜସେବା ସେବା କାର୍ଯ୍ୟ ପାଇଁ ସଂକଳ୍ପ ପରିବାର ସମ୍ମାନିତ...


ପାଇକମାଳ,୧୩/୦୫ : ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମୋତ୍ସବ ତଥା ପବିତ୍ର ବୈଶାଖ ମେଳା-୨୦୨୫  ଅବସରରେ ସଂକଳ୍ପ ପରିବାର ବରଗଡ  ନିସ୍ଵାର୍ଥପର,ସମାଜସେବା କାର୍ଯ୍ୟ ପାଇଁ ଅତୁଟ ନିଷ୍ଠା ଓ ଦୃଢ଼ ସଂକଳ୍ପ ର ପ୍ରତିବଦ୍ଧତା ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କ ଜନ୍ମୋତ୍ସବ...

Ad..


ବୈଶାଖମେଳା-୨୦୨୫ ର ଷଷ୍ଠ ଦିନ ସନ୍ଧ୍ୟା ରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡିଶା ଡଃ ମୁକେଶ ମହାଳିଙ୍ଗ, ପଦ୍ମଶ୍ରୀ ଡଃ ହଳଧର ନାଗ, ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ପ୍ରଧାନ, ଟ୍ରଷ୍ଟ ବୋର୍ଡ ଟ୍ରଷ୍ଟି ଦେବାଶିଷ ସିହ୍ନା  ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର, ବରଗଡ କୁ ସମ୍ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

          Ad..


ସଂକଳ୍ପ ପରିବାର ତରଫରୁ ନିରାକାର ପ୍ରଧାନ, ଆୟୁଷ୍ମାନ ବାରିକ, ବବଲୁ ସାହୁ, ପବିତ୍ର ସାହୁ, ଦ୍ରୋଣ ବେହେରା ଉପସ୍ଥିତ ରହିଥିଲେ।ସଂକଳ୍ପ ପରିବାର ତରଫରୁ ନିରାକାର ପ୍ରଧାନ ବୈଶାଖ ମେଳା ଆୟୋଜନ କମିଟି, ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ସମସ୍ତ ସହଯୋଗୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post