ରାଣୀପୁର ଝରିଆଲ ସମ୍ପୁର୍ଣ୍ଣ ବିକାଶ କେବେ ? ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଅବ୍ୟବସ୍ଥା ପ୍ରତି ଅସନ୍ତୋଷ ପ୍ରକାଶ...
କଣ୍ଟାବାଞ୍ଜି,୩୧/୦୫ : ଦେଶ ତଥା ଓଡିଶା ରାଜ୍ୟର ଅନନ୍ୟ ୬୪ ଯୋଗିନୀ ପୀଠ ରାଣୀପୁର ଝରିଆଲ। ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ବିସ୍ତୀର୍ଣ୍ଣ ପଥର ଚଟାଣ ଉପରେ ଗଢ଼ିଉଠିଥିବା ମନ୍ଦିର ମାଳିନୀ ତଥା ଦେଶର ପ୍ରାଚୀନ ଐତିହ୍ୟର ବିକାଶ ଓ ଉନ୍ନତି ପାଇଁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଭଲ ଭାଭେ ଧ୍ୟାନ ଦେଲେ ଏହା ଭାରତର ମୁଖ୍ୟ ପର୍ଯ୍ୟଟନ ସ୍ଥଳି ହୋଇପାରିବ।
Ad..
ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷା କର୍ମଚାରୀ ନିଯୁକ୍ତି ହୋଇଥିବା ବେଳେ ସଫେଇ ଆଦିର ଅବ୍ୟବସ୍ଥା ଦେଖି ପର୍ଯ୍ୟଟକ ଓ ଭକ୍ତ ଅସନ୍ତୋଷ ପ୍ରକାଶ କରିବା ପୂଜା ଓ ପ୍ରସାଦ ତିଆରି ପାଇଁ ପାଣି ନ ଥିବା ରୁ ପୂଜକ ଶ୍ରୀ ତ୍ରିପାଠୀ ଅସନ୍ତୋଷ ପ୍ରକାଶ କରିଥିଲେ ।
Ad..
ଅନ୍ୟ ପାଖରେ ଥିବା ବନ୍ଧରେ ଗୋଟିଏ ସମୟରେ ପର୍ଯ୍ୟଟକଙ୍କ ପାଇଁ ନୌକା ମଧ୍ୟ ରହିଥିଲା। ବର୍ତ୍ତମାନ ଏହି ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ତାହା ମଧ୍ୟ ଶୀଘ୍ର ସରିଲେ ବର୍ଷା ମାସ ରେ ନୂଆ ପାଣି ରହି ପାରିବ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।
୧୨୦୦ ବର୍ଷ ପୁରାତନ ଏହି ପୀଠ କୁ ଦେଖି ଆସିଥିବା ସୁଦୂର ରାଜସ୍ଥାନ ରାଜ୍ୟର ହନୁମାନଗଡ଼ ବାସିନ୍ଦା ଡାକ୍ତର ମେଜରାଜ କୁମାର ଓ ତାଙ୍କର ସହଯୋଗୀ ମଧ୍ୟ ଏହି ସୋମେଶ୍ୱର ରାଣୀପୁର କୁ ଦେଖି ଉତ୍ସାହିତ ହୋଇଥିଲେ ମଧ୍ୟ ସଫାଇ ଓ ଉନ୍ନତି ବିଷୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସରକାର ଏହି ସ୍ଥଳ କୁ ଉନ୍ନତି କରିଲେ ଆମ ମାନଙ୍କ ଭଳି ଅନ୍ୟ ପର୍ଯ୍ୟଟକ ମାନେ ମଧ୍ୟ ଏଠି ଆସି ଖୁସି ଅନୁଭବ କରିଥାନ୍ତି ବୋଲି କହିଥିଲେ ।
Edited by k.s thakur...



