ରାସ୍ତା ତିଆରି ନାମରେ କଟାଗଲା ବହୁ ପୁରୁଣା ଗଛ ସହର ନଣ୍ଡା...

ରାସ୍ତା ତିଆରି ନାମରେ କଟାଗଲା ବହୁ ପୁରୁଣା ଗଛ ସହର ନଣ୍ଡା...


ବରଗଡ଼,୩୧/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ଭିତରେ ରାସ୍ତା ତିଆରି ପାଇଁ କାଟିଦେଲେ ଗଛ। ସହରର ରଜାପଡା ଠାରୁ ଭେଉରିଆ ଛକ ମଧ୍ୟରେ ବହୁ ପୁରୁଣା ଗଛ ଗୁଡ଼ିକୁ କାଟି ନେଇଗଲେ ଯାହାକି ସହର ଏବେ ନଣ୍ଡା ଦେଖାଯିବା ସହ ଛାଇ ଓ ପବନ ଉଭେଇ ଗଲା।

Ad..


ବହୁ ଲୋକ ଉକ୍ତ ଗଛ କଟା କୁ ଦେଖି ଦୁଃଖ ପ୍ରକାଶ କରିଥିବା ବେଳେ ଖୋଲାଖୋଲି ଗଛ କଟା ଯାଇଛି। ନିଜ ଚାଷ ଜମି ରେ ଥିବା ଗୋଟିଏ ଗଛ କାଟିଦେଲେ ଜଙ୍ଗଲ ବିଭାଗର କଡା ଆଭିମୁଖ୍ୟ ଦେଖିବାକୁ ମିଳେ ହେଲେ ସହର ଭିତରେ ଥିବା ସରକାରୀ ଡାକ୍ତରଖାନା ର ସମ୍ମୁଖରେ ଥିବା ଶହେ ବର୍ଷ ର ପୁରୁଣା ନିମ୍ବ ଗଛ... 

Ad..


ବାଲିକା ହାଇସ୍କୁଲ ସମ୍ମୁଖରେ ଥିବା ବଡ ପିପଲଗଛ, ସମେତ ଗଙ୍ଗାଧର ଷ୍ଟେଚୁ ପରିସରର ସମସ୍ତ ଗଛ, ସରକାରୀ ବସଷ୍ଟାଣ୍ଡ ପାଚେରୀ ଓ ବସଷ୍ଟାଣ୍ଡ ଭିତରେ ଥିବା ସମସ୍ତ ଗଛ, ବଜାର ସମ୍ମୁଖରେ ଥିବା ବଡ ନିମ୍ବ ଗଛ ସମେତ ବହୁ ଗଛ ରାସ୍ତା ତିଆରି ନାମରେ କାଟି ଦିଆଯାଇଛି ଯାହାକି ସହରର ବହୁ ବୃକ୍ଷ ପ୍ରେମିଙ୍କ ମନରେ ଆଘାତ ଦେଇଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post