ପ୍ରତିଭା ସମ୍ପନ୍ନ ମାଁ ମାନଙ୍କ ପ୍ରତିଯୋଗିତା...

ପ୍ରତିଭା ସମ୍ପନ୍ନ ମାଁ ମାନଙ୍କ ପ୍ରତିଯୋଗିତା...


ବରଗଡ଼,୩୦/୦୫ : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ରକ୍ ଏଣ୍ଡ ରୋଲ କଲ୍ଚରାଲ ଏକାଡେମୀ ତରଫରୁ ଡି.ବି.ଡି. ସୁପର ମମ୍ ସିଜନ- ୩ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।

            Ad..


ଏଥିରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଏମ୍ ଡି ଲତିଫ୍ (ବବଲି)ଙ୍କ ତତ୍ବାବଧାନରେ ତଥା ଶିକ୍ଷାବିତ୍ ଅଶୋକ କୁମାର ପସାୟତ୍ ଙ୍କ ପରିଚାଳନା ଓ ସଂଯୋଜନା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। 

         Ad..


ଉକ୍ତ ସଭାରେ ବିଶିଷ୍ଟ ସମାଜସେବୀ ଚନ୍ଦ୍ର ଶେଖର ବାଗ ଓ ଶ୍ରୀମତୀ କୁମୋଦିନୀ ବାଗ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ବରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝୀ ଯୋଗଦାନ କରିଥିଲେ।

ସମ୍ମାନୀତ ଅତିଥି ଭାବେ ଡ଼.ତପସ୍ବିନୀ ଗୁରୁ, ଡ. ଡୋଲାମଣୀ ଶତପଥୀ,ସୁଜାତା ମେହେର, ଶ୍ରୀମତୀ ମମତା ଅଗ୍ରୱାଲ ଓ ରାଜୁ ମହାନନ୍ଦ ମଞ୍ଚୀସିନ ଅତିଥି ଭାବେ ଯୋଗଦେଇଥିଲେ। 

ସଭାକାର୍ଯ୍ୟ ସମାପ୍ତ ପରେ  ସର୍ବମୋଟ ୨୨ ଜଣ ମାଁ ମାନଙ୍କ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏମ୍ ଡି ଲତିଫ୍ (ବବଲି )ଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା। ଏବଂ ସମସ୍ତ ମାଁ ମାନଙ୍କୁ ପ୍ରଶଂସା ପତ୍ର,ଉପଢୌକନ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।

 ପ୍ରତିଯୋଗୀତା ରେ ଶ୍ରୀମତୀ ପୁନମ୍ ଷଡ଼ଙ୍ଗୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ଶ୍ରୀମତୀ ମମତା ସାହୁ,ଶ୍ରୀମତୀ ସୁନୀତା ସାହୁ  ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏଥିରେ ବରଗଡ଼ ର ସୁନାମଧନ୍ୟ ନୃତ୍ୟ ଶିଳ୍ପୀ ଶ୍ରୀମତୀ ମାନୀ ଚକ୍ରବର୍ତ୍ତୀ ଓ ଶ୍ରୀମତୀ ସୀମା ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ଆନୀ,ପ୍ରୀୟଙ୍କା, ଶ୍ରୀୟା, ଆରତୀ,ମାମା,ଅମଜତ୍,ବବୁଆ,ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଦ୍ଵାରା ସଫଳ ହୋଇଥିଲା ।ଶେଷରେ ଏମ୍.ଡି.ଲତିଫ୍ (ବବଲି) ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post