ପ୍ରକାଶ ପାଇଲା ପଦ୍ମପୁର ଉପଖଣ୍ଡ ର ସିବିଏସଇ ପରୀକ୍ଷା ଫଳ : ଛାତ୍ରଛାତ୍ରୀ ଅସନ୍ତୋଷ...
ବରଗଡ଼,୨୭/୦୫ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଦିର୍ଘ ୧୪ ଦିନ ଧରି ଚର୍ଚ୍ଚାରେ ଥିବା ସିବିଏସଇ ପରିକ୍ରମା ଫଳ ପ୍ରକାଶ ନ ପାଇବା ଘଟଣା ର ଆଜି ଦୁଃଖଦ ଅନ୍ତ ଘଟିଛି। ପଦ୍ମପୁର ଉପଖଣ୍ଡ ର ୪ ଟି ଆଦର୍ଶ ବିଦ୍ଯାଳୟ ଓ ୨ ଟି ଘରୋଇ ବିଦ୍ୟାଳୟରେ ସିବିଏସଇ ପାଠ ପଢୁଥିବା ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ଅପ୍ରକାଶିତ ରହିଥିଲା।
Ad..
ଗତ ସୋମବାର ଦିନ ମଧ୍ୟ ରାତ୍ରୀରେ ପ୍ରକାଶ ପାଇଛି ରିଜଲ୍ଟ। ପ୍ରକାଶ ପାଇଛି ସିବିଏସସି ରେଜଲ୍ଟ । ମୋଟ ୧୧୮୫ ଜଣଙ୍କ ମଧ୍ୟରୁ ୩୦୦ କୃତକାର୍ଯ୍ୟ ହୋଇଥିବାବେଳେ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୮୫ ଜଣଙ୍କ ବିଭିନ୍ନ କାରଣ ଦର୍ଶାଇ ରିଜଲ୍ଟ ରେ ସମସ୍ୟା ରହିଛି ଫଳରେ କେତେଗୋଟି ବିଷୟରେ ମାର୍କା ଶୂନ୍ୟ ରହିଛି। ଗତ ୧୪ ଦିନ ଧରି ପଦ୍ମପୁର ଉପଖଣ୍ଡ ରେ ଅବିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଅଶାନ୍ତି ଲାଗିରହିଥିଲା।
Ad..
ଉଭୟ ଅବିଭାବକ ଓ ଛାତ୍ର ଛାତ୍ରୀ ସିବିଏସଇ ର ପରୀକ୍ଷା ଫଳ ଘୋଷଣା ରେ ସନ୍ତୁଷ୍ଟ ନ ଥିବା ଆଲୋଚନା ହେଉଛି। ବିଭିନ୍ନ ଅନୁଷ୍ଠାନ, ସଂଗଠନ ସହ ଛାତ୍ର ଛାତ୍ରୀ, ଅବିଭାବକମାନେ ଉକ୍ତ ବିଷୟ କୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଆଗକୁ ସିବିଏସଇ ପ୍ରତି ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ପ୍ରକାଶ ଥାଉକି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କଲେ ଅବିଭାବକ ଆସନ୍ତା ମଙ୍ଗଳବାର ସୁଦ୍ଧା ନିଷ୍କର୍ଷ ବାହାରିବ।
ବରଗଡ଼ ପଦ୍ମପୁର ଉପଖଣ୍ଡର ଦୁଇଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିବା ୬ ଟି ସ୍କୁଲର ଏକହଜା ପାଞ୍ଚାଅଶି ଜଣ ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ନାହିଁ। ଏହି ସବୁ ପରୀକ୍ଷା କେନ୍ଦ୍ରର ଫଳ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ବୋଲି ସିବିଏସଇ ମାର୍କ ସିଟ ରେ ଦର୍ଶା ଯାଇଛି। ହେଲେ ପରବର୍ତ୍ତୀ ସମୟ କେବେ ତାହା ଛାତ୍ର ଛାତ୍ରୀ ଜାଣି ପାରୁନଥିବା ରୁ ମାନସିକ ଭାରାକ୍ରାନ୍ତ ହୋଇ ପଡିଛନ୍ତି।
ଉକ୍ତ ବିଷୟରେ ଅବିଭାବକ ମାନେ ବରଗଡ଼ ସାଂସଦଙ୍କୁ ଅନୁରୋଧ କରିବାରୁ ସାଂସଦ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଫଳାଫଳ ପ୍ରକାଶ କରିବାକୁ ଅନୁରୋଧ କରିଥିବା ଜଣାଯାଇଛି।
ପଦ୍ମପୁର ପବ୍ଲିକ୍ ସ୍କୁଲ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲି ପରୀକ୍ଷା କେନ୍ଦ୍ରରେ ଓଏଭି ଫିରୋଜପୁର, ଓ ଏଭି ସୋହେଲା, ଓ ଏଭି ଗାଇସିଲେଟ, ଓଏଭି ବାନ୍ଦୁପାଲି, ଜେନିଥ୍ ଲାଏନ୍ସ ଗୁରୁକୁଲ, ପଦ୍ମପୁର ପବ୍ଲିକ ସ୍କୁଲର ପାଖାପାଖ୍ ଏକହଜାର ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦଶମ ପରୀକ୍ଷାଦେଇଥିଲେ। ପରୀକ୍ଷା ସମୟରେ ସବୁ କିଛି ଠିକ୍ ଠାକ୍ ଥିଲା । ସିବିଏସଇ ପରୀକ୍ଷା କେନ୍ଦ୍ର ପାଇଁ ଉପଯୁକ୍ତ ସେଣ୍ଟର ଭାବରେ ମୋହର ବି ଲଗାଇଲେ।
ମାତ୍ର ପରୀକ୍ଷା ସରିବା ପରେ ସିବିଏସଇ ପରୀକ୍ଷା ଫଳ ଘୋଷଣା କଲେନାହିଁ କେବଳ ବିନା ମାର୍କରେ ମାର୍କ ସିଟ ଛାଡିଛନ୍ତି ଯେଉଁଥିରେ କି ରିଜଲ୍ଟ ଲେଟର ଲେଖାଯାଇଅଛି ଯାହାକି ଛାତ୍ର ଛାତ୍ରୀ ଓ ଅବିଭାବକ ମହଲରେ ଭୟ ଓ ସନ୍ଦେହ ଦେଖାଦେଥିଲା ଯାହା ପରବର୍ତ୍ତୀ ସମୟରେ ୧୪ ଦିନ ଅତିକ୍ରମ ହୋଇଯାଇଛି।
ପରୀକ୍ଷା ପରିଚାଳାନାରେ କୌଣସି ବିଭ୍ରାଟ ହୋଇ ନଥ୍ଲା କି ପରୀକ୍ଷା ସମୟରେ କୌଣସି ଅନିୟମିତତା କେହି ଧରି ନଥିଲେ । ମାତ୍ର ପରୀକ୍ଷା ପରେ ଅନ୍ଲାଇନରେ ପରୀକ୍ଷା କେନ୍ଦ୍ରରେ କପି କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ଆଲୋଚନା ହେଉଛି। ଏହି ଅଭିଯୋଗ ମିଳିବା ପରେ ପରୀକ୍ଷା ନିୟନ୍ତ୍ରକ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଏକ କମିଟି ଗଠନ କରି ଯାଞ୍ଚ କରିଥିଲେ।
ଦୁଇଦିନିଆ ପରୀକ୍ଷା କେନ୍ଦ୍ରକୁ ଯାଇ କମିଟି ଯାଞ୍ଚ କରିବା ସହିତ ସିସିଟିଭି ଫୁଟେଜ ମଧ୍ଯ ଯାଞ୍ଚ କରିଥିଲେ। ଏପରିକି ପରୀକ୍ଷା ଫଳ ପ୍ରକାଶ ପାଇବା ଦିନ ବି ଇନକ୍ସାରୀ ଟିମ୍ ପରୀକ୍ଷା କେନ୍ଦ୍ରକୁ ଯାଇ ତଦନ୍ତ କରିଥିଲେ। ଯାଞ୍ଚ କମିଟି କଣ ରିପୋର୍ଟ ଦେଇଛନ୍ତି ତାହା ଜଣାପଡ଼ି ନ ଥିଲେବି ସନ୍ଦେହ ରେ ରହିଛି। ମାତ୍ର ପରୀକ୍ଷା ରେଜଲ୍କୁ ମାର୍କ ଲିଷ୍ଟ ରେ ରିଜଷ୍ଟ ଲେଟର ଲେଖି ଦର୍ଶାଯାଇଛି।
ପରୀକ୍ଷା କେନ୍ଦ୍ରକୁ କପି ସେଣ୍ଟର ଘୋଷଣା କରାଯାଇ ନାହିଁ କି ସେଣ୍ଟରକୁ ରଦ୍ଦ କରାଯାଇ ନାହିଁ । ମାତ୍ର ପରୀକ୍ଷା ଫଳକୁ ଅଟକା ଯାଇଛି। ଏହାଦ୍ଵାରା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ, ଅଭିଭାବକମାନେମାନସିକ ଚିନ୍ତାରେ ଅଛନ୍ତି। ବରଗଡ଼ ସାଂସଦ ପଦ୍ମପୁର ଉପଖଣ୍ଡ ର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ପରୀକ୍ଷା ନିୟନ୍ତ୍ରକ ଡଃ ସନ୍ୟମ୍ ଭରଦ୍ବାଜଙ୍କୁ ପତ୍ର ଲେଖି ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ଶିଘ୍ର ପ୍ରକାଶ କରିବା ପାଇଁ ଅନୁରୋଧ କରିଛନ୍ତି।
ପରୀକ୍ଷା ସମୟରେ କୌଣସି ତୃଟି ବିଚ୍ୟୁତିକୁ ଧରି କାର୍ଯ୍ୟାନୁଷ୍ଠାନ ନେଇଥିଲେ କିଛି ଅସୁବିଧା ହୋଇ ନଥାନ୍ତା ମାତ୍ର ଏବେ ପରୀକ୍ଷା ପରେ କୌଣସି ଅଭିଯୋଗକୁ ଭିତ୍ତି କରି ପରୀକ୍ଷା ଫଳକୁ ଅଟକାଇବାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ଯାହା କୁ ଅବିଭାବକ ମହଲରେ ଛାତ୍ର ଛାତ୍ରୀ ଙ୍କ ପାଇଁ ମାନସିକ ନିର୍ଯାତନା ବୋଲି ଗଣନା କରାଯାଉଛି।
ବାନ୍ଦୁପାଲି ଓଏଭି ସ୍କୁଲ ପ୍ରିନ୍ସପାଲ ରୁଦ୍ରନାରାୟଣ ଭୋଇ ଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ରିଜିଓନାଲ ଅଫିସର ପରୀକ୍ଷା କେନ୍ଦ୍ରକୁ ଆସି ତଦନ୍ତ କରି ଯାଇଛନ୍ତି । ପରୀକ୍ଷା ସମୟରେ କୌଣସି ଅସୁବିଧା ହୋଇ ନଥିଲା । ମାତ୍ର ତଦନ୍ତ ରିପୋର୍ଟ ଦେଉ ନଥିବାରୁ ପରୀକ୍ଷା ଫଳ ପ୍ରକାଶ ପାଇ ନଥିଲା ବୋଲି ପ୍ରିନ୍ସପାଲ କହିଥିବା ବେଳେ ଏପଟେ ଓଡ଼ିଶା ରେ +୨ ନାମଲେଖା ପାଇଁ ପ୍ରକ୍ରିୟା ଆବେଦନ ଆରମ୍ଭ ହୋଇ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ ନିର୍ଧାରିତ ସମୟ ରହିଛି ଯାହାକୁ ଜୁଲାଇ ୮ରୁ ୧୪ ଯାଏଁ ହେବ ଆଡମିଶନ୍ ଓ ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା ହେଲେ ଏପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇପାରି ନ ଥିଲା ଫଳରେ ମାନସିକ ଚିନ୍ତାରେ ରହିଥିଲେ ଛାତ୍ର ଛାତ୍ରୀ।
ଆସନ୍ତା ବୁଧବାର ଦିନ ଭିତରେ ଫଳ ପ୍ରକାଶିତ ନ ହେଲେ ବଡ ଧରଣର ଆନ୍ଦୋଳନ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା।ଗତ ଶନିବାରର ଦିନ ପଦ୍ମପୁର ଉପଖଣ୍ଡ ର ଅବିଭାବକ ଟିମ୍ ସମ୍ବଲପୁରରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ ଯାହାକି ଆସନ୍ତା ମଙ୍ଗଳବାର ସୁଦ୍ଧା ନିଷ୍କର୍ଷ ବାହାରିବାର ସମ୍ଭାବନା ରହିଛି ବୋଲି କହିଥିବା ବେଳେ ରେଭେନ୍ସା ର ପୂର୍ବତନ ଛାତ୍ର ସଂସଦ ସମ୍ପାଦକ ଚନ୍ଦନ ବଂଶଲ ଝାରସୁଗୁଡ଼ା ବିମାନ ବନ୍ଦର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ପରୀକ୍ଷା ଫଳ ଶିଘ୍ର ପ୍ରକାଶ କରିବା ପାଇଁ ଅନୁରୋଧ ଜଣାଇଥିଲେ।
ତଥାପି ପରୀକ୍ଷା ଫଳ ପ୍ରକାଶିତ ହେବାରେ ବିଳମ୍ବ ଘଟିଥିବା ରୁ ଗତ ଶନିବାରର ଦିନ + ୨ ର ଛାତ୍ରଛାତ୍ରୀ ମାନେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନ ସହ ଧାରଣା ରେ ବସିଥିଲେ ସନ୍ଧ୍ୟା ରେ ଅବିଭାବକ ମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରି ଫେରିବା ପରେ ଧାରଣା କୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ବୁଧବାର ସୁଦ୍ଧା ନିଷ୍କର୍ଷ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ ଚେତାବନୀ ଦେଇଥିଲେ ।
ଏହାକୁ ଉପଖଣ୍ଡ ର ସମସ୍ତ ଜନସାଧାରଣ ବିଭିନ୍ନ ଅନୁଷ୍ଠାନ ପ୍ରମୁଖ ସମର୍ଥନ ଜଣାଇଥିଲେ। ଆଜି ଫଳ ପ୍ରକାଶିତ ହୋଇଛି ହେଲେ ଅଧିକାଂଶ ଛାତ୍ର ଛାତ୍ରୀ ଙ୍କ ପ୍ରତି ସିବିଏସଇ ବୈମାତୃକ ମନୋଭାବ ପ୍ରଦର୍ଶିତ କରିଛି ବୋଲି ଅବିଭାବକ ମଣ୍ଡଳୀ ରେ ଆଲୋଚନା ହେଉଛି।
Report : Bijay ku sahu
Edited by k.s thakur...



