ବରଗଡ ଜିଲ୍ଲା ଖବର କାଗଜ ବିତରକ ସଂଘ ପକ୍ଷରୁ ବିଶ୍ଵ ହକର ଦିବସ ପାଳିତ...
ବରଗଡ,୨୭/୦୫ : ଅନ୍ତର୍ଜାତୀୟ ହକର୍ ଦିବସ ଅବସରରେ ବରଗଡ଼ ଜୟ ଜଗନ୍ନାଥ ହୋଟେଲ ଠାରେ ବରଗଡ଼ ମହିଳା ସମିତି ସଭାପତି ଅଞ୍ଜନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱ ହକର୍ ଦିବସ ପାଳନ କରିଥିଲେ । ହକର ଙ୍କ ବିଭିନ୍ନ ସମସ୍ୟା ବୁଝିବା ସହ ସବୁବେଳେ ତୁମ ମାନଙ୍କ ସହ ମୁ ଅଛି ବୋଲି କହିଥିଲେ।
Ad..
ହକର୍ ମାନଙ୍କ ସମସ୍ୟା ଭିତରେ ଦିନକୁଦିନ ଅଧିକ ଘାଣ୍ଟି ହେଉଥିବା ଓ ଚୁଲିରକ୍ଷା ପାଇଁ ସଂଗ୍ରାମ ଚଳାଇଥିବା ପରିଲକ୍ଷିତ ହେଉଛି । ସେମାନେ ହେଲେ ଖବର କାଗଜ ବିକ୍ରି କରୁଥିବା ହକର୍ ଭାଇ ମାନେ। ତେବେ, ମୁଦ୍ରିତ ଗଣମାଧ୍ୟମ ର ଚାହିଦା କମିଥିଲେ ମଧ୍ୟ ଏହାର ଦୃଶ୍ୟମାନ ସ୍ଥିତି ରହିବା ନେଇ ହକର୍ ଭାଇ ମାନେ ବେଶ ଆଶାବାଦୀ।
Ad..
ସେମାନଙ୍କ ମତରେ ଛାପା ଗଣ ମାଧ୍ୟମ ରେ ପ୍ରକାଶିତ ସୂଚନାରେ ତୁଳନାତ୍ମକ ଭାବେ କମ୍ ତଥ୍ୟଗତ ତ୍ରୁଟି ରହୁଥିବା କାରଣରୁ ଏହା ସୋସିଆଲ୍ ମିଡିଆ ବା ଡିଜିଟାଲ ମିଡିଆ ତୁଳନାରେ ସଚେତନ ବର୍ଗଙ୍କ ପାଇଁ ଅଧିକ ଭରସାଯୋଗ୍ୟ ହୋଇ ରହିଛି ଓ ରହିବ।
ବରଗଡରେ ଖବରକାଗଜ ବିତରଣ କରୁଥିବା ହକର୍ ମାନେ ବେଶ ସଂଗଠିତ ହୋଇ ରହିଛନ୍ତି ଏବଂ ହକର୍ ସମାଜର ହିତ ପାଇ ସେମାନଙ୍କ ସଂଗଠନ ପକ୍ଷରୁ ନିରନ୍ତର ଉଦ୍ୟମ ଚାଲିଛି। ତେବେ, ସରକାର ହକର ମାନଙ୍କ ସମସ୍ୟା ଓ ସ୍ଥିତିକୁ ଦେଖ୍ ସ୍ବତନ୍ତ୍ର ଧାନ ଦେବା ଉଚିତ ବୋଲି ହକର୍ ଭାଇମାନଙ୍କ ପକ୍ଷରୁ ମତପ୍ରକାଶ ପାଉଛି।
ଅଜିର କାର୍ଯକ୍ରମ ରେ ବରଗଡ ଜିଲ୍ଲା ଖବରକାଗଜ ବିତରକ ସଂଘର ସଭାପତି ଯୋଗେନ୍ଦ୍ର ସାହୁ , ସମ୍ପାଦକ ସମ୍ପଦ କଲେତ ,ସହ ସମ୍ପାଦକ ଅଚ୍ୟୁତ ସର ,କୋଷାଧ୍ୟକ ଜୟପ୍ରକାଶ କୁମ୍ଭାର,ବରିଷ୍ଟ ସଦସ୍ୟ ରମେଶ ଦାସ, ବରିଷ୍ଟ ସଦସ୍ୟ ସୁଶୀଲ ମହାନନ୍ଦ, ସୁଧାଂଶୁ ବାରିକ, ରାଜୀବ ବଗର୍ତ୍ତୀ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...



