ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କାର୍ଯ୍ୟାଳୟ ପରିସରରେ ନଳ କୂପ ଖନନ...

ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ କାର୍ଯ୍ୟାଳୟ ପରିସରରେ ନଳ କୂପ ଖନନ...


ବରଗଡ଼,୨୭/୦୫ : ଗତକାଲି ସୋମବାର ଦିନ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ପ୍ରମୁଖ କର୍ମକର୍ତ୍ତା ମାନ୍ୟବର ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କୁ ଭେଟି,କାର୍ଯ୍ୟାଳୟ ରେ ଚାଲିଥିବା କେତେକ ଅସମ୍ପୂର୍ଣ୍ଣ କାର୍ଯ୍ୟ କୁ ସମ୍ପୁର୍ଣ୍ଣ କରିବା ତଥା କାର୍ଯ୍ୟାଳୟ ପରିସରରେ ଏକ ନଳକୂପ ଖନନ ପାଇଁ ଅନୁରୋଧ କରିଥିଲେ।

Ad..


ବରିଷ୍ଠ ମାନଙ୍କ ଅନୁରୋଧ କୁ ସମ୍ମାନ ଜଣାଇ ସାଙ୍ଗେ ସାଙ୍ଗେ ଏକ ନଳକୂପ ଖନନ ପାଇଁ ବିଭାଗୀୟ କତୃପକ୍ଷ ଙ୍କୁ ଫୋନ କରିବାରୁ ଆଜି ଏକ ନଳକୂପ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଖନନ କରାଯାଇଥିବାରୁ ଆଗାମୀ ଦିନରେ ଏଠାରେ ହେଉଥିବା କାର୍ଯ୍ୟକ୍ରମ ମାନଙ୍କରେ ଆଉ ପାଣିର ସଂକଟ ରହିବ ନାହିଁ ବୋଲି ସଭାପତି ପ୍ରମୋଦ ଝାଙ୍କର ଏକ ବିବୃତିରେ ପ୍ରକାଶ କରିଛନ୍ତି। 

        Ad..


ଏହି ପ୍ରତିନିଧି ମଣ୍ଡଳୀରେ ସର୍ଦାର ପ୍ରିତମ ସିଂ, ପ୍ରମୋଦ ଝାଙ୍କର, କେଦାର ମିଶ୍ର,ଭାରତ ଭୂଷଣ ଦାଶ, ଗୋବିନ୍ଦ ଦାଶ, ନିର୍ମଳ କିଶୋର କର,ଦେବୀ ପଟ୍ଟନାୟକ, ସାମ୍ବାଦିକ ବିରେନ୍ଦ୍ର ପ୍ରଧାନ,ତୁଳସୀ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ବିଧାୟକ ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଦେଇଥିବା କଥାକୁ ଖୁବ୍ ଶିଘ୍ର କଥା ରଖିଥିବାରୁ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଦସ୍ୟ ସଦସ୍ୟା ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।



Report : Bijay ku sahu

Edited by k.s thakur...




Post a Comment

Previous Post Next Post