ନୃସିଂହନାଥ ବୈଶାଖ ମେଳା ରେ ଗନ୍ଧମାର୍ଦ୍ଦନ ର ବଇଦ ପସରା...

ନୃସିଂହନାଥ ବୈଶାଖ ମେଳା ରେ ଗନ୍ଧମାର୍ଦ୍ଦନ ର ବଇଦ ପସରା...


ବରଗଡ଼,୧୨/୦୫ : କିମ୍ବଦନ୍ତୀ ଓ ସ୍ଥାନୀୟ ପରମ୍ପରା ଅନୁସାରେ ଓଡ଼ିଶା ରେ ଥିବା ଅନେକ ତିର୍ଥଖେତ୍ର ମଧ୍ୟରେ ଗନ୍ଧମାର୍ଦନ ପର୍ବତମାଳା ରେ ଥିବା ନୃସିଂହନାଥ ତିର୍ଥଖେତ୍ର ର ଏକ ସ୍ବତନ୍ତ୍ର ପରିଚୟ ରହିଛି। 

            Ad..


ଗନ୍ଧମାର୍ଦ୍ଦନ ପର୍ବତମାଳା ର ପ୍ରାକୃତିକ ଶୋଭାରାଜି ରେ ଭରପୁର ଥିବା ଏହି ପୀଠ ପ୍ରାଚୀନ ପୀଠ ଓ ଏଥିରେ ଅନେକ ପରମ୍ପରା, କିମ୍ବଦନ୍ତୀ, ସଂସ୍କୃତି କିର୍ତୀରାଜି ଭରପୁର ଥିବାସହ ଔଷଧୀୟ ବୃକ୍ଷ ଲତା ବନୈଷଧି ଜାତୀୟ ସ୍ତରରେ ପରିଚିତି ହୋଇ ରହିଛି। 

         Ad..


ପ୍ରାଚୀନ ପରମ୍ପରା ଓ ସଂସ୍କୃତି ପୀଠ ଭାବରେ ଗନ୍ଧମାର୍ଦନ ପର୍ବତମାଳା ର ପାଦଦେଶରେ ଗଢିଉଠିଛି ଏହି ନୃସିଂହନାଥ ତିର୍ଥ କ୍ଷେତ୍ର ।  ପ୍ରାଚୀନ ଲୋକକଥା ଓ କିମ୍ବଦନ୍ତୀ ଅନୁସାରେ କନ୍ଧ ସମ୍ପ୍ରଦାୟର ଜମୁନା ଓ ହରି ନାମକ ଏକ କନ୍ଧ ଦମ୍ପତ୍ତି ଗନ୍ଧମାର୍ଦନ ପର୍ବତମାଳା ର ଘୋର ଅରଣ୍ୟ ମଧ୍ୟରେ କନ୍ଦମୂଳ ଖୋଳୁଥିବା ବେଳେ ମାଟିତଳୁ  ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କୁ ପାଇଥିଲେ । 

Ad..


ସେହି ହରି ଯମୁନା ଓ ତାଙ୍କ ବଂଶଧର ସେଠାରେ ପୂଜାର୍ଚ୍ଚନା କରି ଆସୁଥିବାବେଳେ ପରବର୍ତ୍ତୀ ସମୟରେ ପାଟଣା ର ରାଜା ବୈଜଳ ଦେଓ ସେଠାରେ ମନ୍ଦିର ନିର୍ମିତ କରିଥିଲେ। ଏବେ ଏହି ନୃସିଂହନାଥ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚୟ ସୃଷ୍ଟି କରିଛି। ପ୍ରତ୍ୟେକ ବର୍ଷ ନୃସିଂହନାଥ ପୀଠ ରେ ବୈଶାଖ ମାସରେ ମାର୍ଜାରକେରୀ ଙ୍କ ଜନ୍ମ ଉତ୍ସବ ପର୍ବ ବା ନୃସିଂହନାଥ ବୈଶାଖ ମେଳା ପାଳନ ହୋଇଥାଏ। 

ପରମ୍ପରା ଅନୁସାରେ ଯେହେତୁ ବୈଶାଖ ଚତୁର୍ଦ୍ଦଶୀ ଦିନ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କୁ ହରି ଓ ଜମୁନା ପାଇଥିବାରୁ ଏହିଦିନ ନୃସିଂହନାଥ ଠାକୁର ଙ୍କ ଜନ୍ମ ଉତ୍ସବ ପାଳନ ହୋଇଥାଏ ଓ ଏହାକୁ ଦେଖିବାକୁ ଓଡ଼ିଶା ରାଜ୍ୟ ର ସମସ୍ତ ଅଂଚଳ ସମେତ ପଡୋଶୀ ଛତିଶଗଡ଼, ଝାରଖଣ୍ଡ ବିହାର ପ୍ରଭୃତି ରାଜ୍ୟର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। 

ଏହି ଜନସମାଗମ ମଧ୍ୟରେ ଗନ୍ଧମାର୍ଦ୍ଦନ ପର୍ବତମାଳା ରେ ଥିବା ବହୁ ବନୋଷଧି ଔଷଧୀୟ ଚେର,ମୂଳ, ବୃକ୍ଷ, ଲତା ସ୍ଥାନୀୟ ବଇଦ ଙ୍କ ଦ୍ବାରା ବିକ୍ରୟ ହୋଇଥାଏ ଓ ଦୂରଦୁରାନ୍ତରୁ ଆସିଥିବା ଭକ୍ତମାନେ, ପର୍ଯ୍ୟଟକ ଓ ବୈଶାଖ ମେଳା ବୁଲି ଆସୁଥିବା ଲୋକ କିଣାକିଣି କରି ଘରକୁ ଫେରନ୍ତି। 

ଔଷଧୀୟ ବୃକ୍ଷ ଲତା ର ଚାହିଦା ଥିଲେ ମଧ୍ୟ ଉପଯୁକ୍ତ ସ୍ଥାନ ଅଭାବ, ନୃସିଂହନାଥ ଠାରେ ବଇଦ ଙ୍କୁ ହତାଦର ପ୍ରଭୃତି ଯୋଗୁଁ ନୃସିଂହନାଥ ଠାରେ ଚେରିମୂଲି ଆୟୁର୍ବେଦ ଔଷଧ ର ବିକ୍ରି ଠିକ୍ ଭାବରେ ହେଉନାହିଁ। ଆୟୁର୍ବେଦ ବୃକ୍ଷ ଲତା 

ର ଗନ୍ତାଘର କୁହାଯାଉଥିବା ନୃସିଂହନାଥ ପୀଠ ରେ ସ୍ଥାନୀୟ ବଇଦ ଙ୍କୁ ଗୋଟିଏ ସ୍ଥାନ ରେ ରଖାଯାଇ ଚେରିମୂଲି ବିକ୍ରି କରାଗଲେ ସ୍ଥାନୀୟ ବଇଦ ଙ୍କ ବେଉସା ସ୍ୱଚ୍ଛଳ ହେବାସହ ଗନ୍ଧମାର୍ଦ୍ଦନ ପର୍ବତମାଳା ର ଆୟୁର୍ବେଦ ଗୁଲ୍ମ ବୃକ୍ଷ ଲତା ର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ସ୍ଥାନୀୟ ବଇଦ ମାନେ କହନ୍ତି। 

ଗନ୍ଧମାର୍ଦ୍ଦନ ପର୍ବତମାଳା ର ପାଦତଳେ ଥିବା ଗାଁ ଗୁଡିକରେ ଅଧିକାଂଶ ପରିବାର ଘରବଇଦ ଭାବରେ ପରିଚିତ ସେମାନଙ୍କୁ ଉଚିତ ଜ୍ଞାନ ପ୍ରଦାନ କରି ପ୍ରଶିକ୍ଷଣ ଦିଆଗଲେ ଗନ୍ଧମାର୍ଦ୍ଦନ ପର୍ବତମାଳା ର ଆୟୁର୍ବେଦ ଆହୁରି ପ୍ରସାରିତ ଓ ସୁରକ୍ଷିତ ହୋଇ ରହିବ। ବର୍ତମାନ ଆଧୁନିକ ଯୁଗରେ ଉର୍ନତ ମାନର ଔଷଧ ମିଳୁଥିବା ରୁ ବନୈଷଧି କୁ ଗୁରୁତ୍ବ ଦିଆଯାଉନାହିଁ ହେଲେ ପୂରାତନ ବନୈଷଧି ବ୍ୟବହାର ଆଜିବି କମିନାହିଁ। 

ଅନେକ ଲୋକ ବନୈଷଧି କୁ ବ୍ୟବହାର କରୁଛନ୍ତି ହେଲେ ଆବଶ୍ୟକ ସ୍ଥଳେ ମିଳୁନ ଥିବା ଯୋଗୁଁ ବ୍ୟବହାର ଚାହିଦା କମୁଛି । ସ୍ଥାନୀୟ ବଇଦ ଙ୍କୁ ଉଚିତ୍ ପ୍ରଶିକ୍ଷଣ ଦେଇ ବନୈଷଧି ର ରକ୍ଷଣାବେକ୍ଷଣା କରି ନୃସିଂହନାଥ ପୀଠ ରେ ବ୍ୟବସ୍ଥା କରାଗଲେ ବନୈଷଧି ଓ ଆୟୁର୍ବେଦ ଔଷଧ ଓ ବୃକ୍ଷ ଲତା ମିଲିବା ସହ ଗନ୍ଧମାର୍ଦ୍ଦନ ଭାରତୀୟ ବନୈଷଧି ରେ ସୁନାମ ଅର୍ଜନ ସହ ଓଡ଼ିଶା ପରିଚିତ ହେବାରେ ସହାୟକ ହୋଇପାରିବ ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post