ନୃସିଂହନାଥ ବୈଶାଖ ମେଳା : ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ପାଳିତ...

ନୃସିଂହନାଥ ବୈଶାଖ ମେଳା : ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ପାଳିତ...


(ବର୍ଷ କୁ ଥରେ କନ୍ଧ ପରମ୍ପରା ରେ ପୂଜା ପାଇଥାନ୍ତି ମାର୍ଜାରକେଶରୀ) 

ବରଗଡ଼,୧୨/୦୫ : ପଶ୍ଚିମ ଓଡ଼ିଶା ର ନୃସିଂହନାଥ ପୀଠ ରେ ଅନୁଷ୍ଠିତ ହେଉଥିବା ବୈଶାଖ ମେଳା ର ଚତୁର୍ଦ୍ଦଶୀ ତିଥିରେ ବୈଶାଖ ମେଳା ର ମୁଖ୍ୟ ପର୍ବ ନୃସିଂହନାଥ ମହାପ୍ରଭୁ ମାର୍ଜାରକେଶରୀ ଙ୍କ ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। 

Ad..


ମାର୍ଜାରକେଶରୀ ଙ୍କ ଜନ୍ମ ଉତ୍ସବର ପରମ୍ପରା ଅନୁସାରେ ବୈଶାଖ ଚତୁର୍ଦ୍ଦଶୀ ଦିନ ସକାଳ ରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ନୃସିଂହନାଥ  ମହାପ୍ରଭୁ ଓପାସ ରେ ରହିଥିବା ବେଳେ ରାତ୍ରି ୧୦ ଘଣ୍ଟା ସମୟରେ ମହାପ୍ରଭୁ ଙ୍କ ଜନ୍ମ ଉତ୍ସବ ଓ ଧ୍ବଜା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

         Ad..


ପୂର୍ବ କାଳରେ ଗନ୍ଧମାର୍ଦ୍ଦନ ପର୍ବତମାଳା ର ଘୋର  ଅରଣ୍ୟ ମଧ୍ୟରେ କନ୍ଦା ଖୋଲୁଥିବା ସମୟରେ ହରି କନ୍ଧ ଓ ଯମୁନା କନ୍ଧୁଣି ନୃସିଂହନାଥ ମହାପ୍ରଭୁ ଙ୍କୁ ମାଟିତଳୁ ପାଇଥିଲେ । ଉକ୍ତ କିମ୍ବଦନ୍ତୀ, ଲୋକକଥା ଓ ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଗୋଟିଏ ଦିନ ଅର୍ଥାତ୍ ବୈଶାଖ ମାସ ଚତୁର୍ଦ୍ଦଶୀ ଦିନ ଜମୁନା ଓ ହରି କନ୍ଧ ଙ୍କ ବଂଶଧର ମାନଙ୍କ ଦ୍ଵାରା ମହାପ୍ରଭୂ ଙ୍କ ପାଖରେ ପିଠ କନ୍ଦା ଭୋଗ ଲଗାଇବା ସହ ମୂଖ୍ୟ ମନ୍ଦିରର ଧ୍ବଜା ପରିବର୍ତ୍ତନ କରିଥାନ୍ତି । 

Ad..


ଏହି ପବିତ୍ର ଉତ୍ସବ ରେ ମହାପ୍ରଭୂ ଙ୍କ ଦର୍ଶନ ପାଇଁ ଲକ୍ଷାଧିକ ସଂଖ୍ୟା ରେ ଭକ୍ତ ଙ୍କର ଭିଡ଼ ଜମିବା ସହ ଗନ୍ଧମାର୍ଦ୍ଦନ ର ପାପନାଶିନୀ ଝରଣା ରେ ଚତୁର୍ଦ୍ଦଶୀ ବୁଡ଼ ପକାନ୍ତି। ଏହି ଚତୁର୍ଦ୍ଦଶୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମାର୍ଜାରକେଶରୀ ଙ୍କ ଦର୍ଶନ କରିଛନ୍ତି। 

ବୈଶାଖ ମେଳା ର ପଞ୍ଚମ ଦିନ ର  ବୈଶାଖ ମେଳା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୃସିଂହନାଥ ସ୍ଥିତ ମାର୍ଜାର କେଶରୀ ସାଂସ୍କୃତିକ ମଣ୍ଡପ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବରେ ପଡୋଶୀ ଛତିଶଗଡ ରାଜ୍ୟ ମହସମୁନ୍ଦ୍ ସାଂସଦ ଶ୍ରୀମତୀ ରୁପକୁମାରି ଚୌଧୁରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରୀପାଠୀ, ବରଗଡ଼ ଧନୁଯାତ୍ରା କମିଟି ଆବାହକ ସୁରେଶ୍ଵର ସତପଥି , ପଦ୍ମପୁର ର ଯୁବନେତା ପ୍ରିତେଶ ବହିଦାର ଙ୍କ ସହ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣ ଯୋଗଦେଇଥିଲେ। 

ମନ୍ଦିର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି ଦେବାଶିଷ ସିହ୍ନା, ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗଦେଇ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପୂର୍ବକ ସାଂସ୍କୃତିକ ମଞ୍ଚର ଆରମ୍ଭ କରିଥିଲେ। 

ପଞ୍ଚମ ଦିନ ର ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାରେ ପଦ୍ମପୁର ଟଙ୍କିଆ ସଙ୍ଗୀତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ଲୋକ ନୃତ୍ୟ ପ୍ରଦର୍ଶିତ କରିଥିବା ବେଳେ ବଲାଙ୍ଗୀର ବାଜାଶାଲ ର ଘୁଡକା ନୃତ୍ୟ , କଟକ ଘୁଡ଼ା ନାଚ ଦଳ ର ଘୋଡ଼ା ନୃତ୍ୟ , ତୋରା ବୋଧନ ସାଂସ୍କୃତିକ ଦଳର ଲୋକ ନୃତ୍ୟ ସହ ପାଇକମାଲ୍ କେ.ଜି.ଏମ. ଏନ. ର ଛାତ୍ରୀ ମାନଙ୍କ ସାଂସ୍କୃତିକ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। 

ସେହିପରି ଶ୍ରୀଶ୍ରୀ ନୃସିଂହ ଚରିତ ଓ ମୂଷିକ ଦତ୍ଯ ଦରବାର ଲୋକ ନାଟକର ଦ୍ଵିତୀୟ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। ତେବେ ଏହି ମନଲୋଭା ସାଂସ୍କୃତିକ ସନ୍ଧ୍ୟାକୁ ଆନନ୍ଦର ସହ ଉପଭୋଗ କରିଥିଲେ ଦର୍ଶକ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post