ବରଗଡ଼ ରେ ପଥ ପ୍ରାନ୍ତ ସଂସ୍କୃତ ନାଟକ ପ୍ରଦର୍ଶନ...
ବରଗଡ଼,୧୨/୦୫ : ସଂସ୍କୃତ ଭାଷା ଲୋକ ଭାଷା ।ଏହି ଭାଷା ସମଗ୍ର ଭାରତ ବର୍ଷ ରେ କଥିତ ଭାଷା ଭାବେ ବ୍ୟବହୃତ ହେଉଥିଲା ।କାଳ କ୍ରମେ ଲୋକ ଙ୍କ ଠାରୁ ଧୀରେ ଧୀରେ ଏହି ଭାଷା ଅପସରିତ ହୋଇଗଲା ।
Ad..
ତେବେ ସବୁ ଭାଷା ର ଜନନୀ ର ପୁନରୁଦ୍ଧାର ପାଇଁ ସାରା ବିଶ୍ବରେ ସଂସ୍କୃତ ଭାରତୀ ର ପ୍ରୟାସ ଜାରି ରହିଥିବା ପରି ପ୍ରେକ୍ଷିରେ ବରଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ଠାରେ ଚାଲିଥିବା ଆବାସୀୟ ସଂସ୍କୃତ ପ୍ରବୋଧନ ଓ ସମ୍ଭାଷଣ ବର୍ଗ ଅବସର ରେ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ବରଗଡ଼ ସହର ରେ ଏକ ଶୋଭାଯାତ୍ରା ପ୍ରଦର୍ଶନ କରାଯିବା ସହ ସଂସ୍କୃତ ଭାଷା ରେ ପଥ ପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା ।
Ad..
Ad..କୁନି କୁନି ବାଳକ ବାଳିକା ମାନଙ୍କ ଦ୍ଵାରା ଅନର୍ଗଳ ସଂସ୍କୃତ ସମ୍ଭାଷଣ ଅଗଣିତ ଦର୍ଶକ ମାନଙ୍କୁ ମନୋରଞ୍ଜନ ଯୋଗାଇବା ସହ ସଂସ୍କୃତ ଭାଷା ପ୍ରତି ରୁଚି ବର୍ଦ୍ଧନ ରେ ସହାୟକ ହୋଇଥିଲା । ଏହି ଅବସର ରେ ସଂସ୍କୃତ ଭାରତୀ ପଶ୍ଚିମ ଓଡ଼ିଶା ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଙ୍କ ସମେତ ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...




