ବାବା ସାହେବ୍ ଆମ୍ବେଦକର ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ତୁଳସୀ nxt ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା...
କଣ୍ଟାବାଞ୍ଜି,୧୫/୦୪ : ବିଗତ କାଲି ବାବା ସାହେବ୍ ଆମ୍ବେଦକର ଜୟନ୍ତୀ ଓ ପଣା ସଂକ୍ରାନ୍ତି ଅବସରରେ ତୁଳସୀ nxt ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
Ad..
ଅପରାହ୍ନ ସମୟରେ ବାବା ସାହେବ୍ ଆମ୍ବେଦକର ଜୟନ୍ତୀ ରେ ସାମିଲ ହୋଇଥିବା ହଜାର ହଜାର ଲୋକଙ୍କ ନିମନ୍ତେ ତୁଳସୀ nxt ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଯେଉଁ ଥିରେ ଗ୍ରୀଷ୍ମ ପ୍ରବାହ କୁ ଦେଖି ଥଣ୍ଡା ରଶ୍ନା ସର୍ବତ ଲୋକଙ୍କୁ ବିତରଣ କରାଯାଇଥିଲା ଓ ବାବା ସାହେବ୍ ଆମ୍ବେଦକର ଜୟନ୍ତୀ ର ଶୁଭକାମନା ପ୍ରଦାନ କରାଯାଇଥିଲା ।
ସେହି ପରି ସନ୍ଧ୍ୟା ସମୟରେ ବଜରଙ୍ଗ ଦଳ ପକ୍ଷରୁ ଆୟୋଜିତ ଶ୍ରୀ ହନୁମାନ ଜୟନ୍ତି ତଥା ହିନ୍ଦୁ ନବବର୍ଷ ପାଳନ ଅବସରରେ ଏକ ବିଶାଳ ଶୋଭଯାତ୍ରାରେ ସାମିଲ ସମସ୍ତ ରାମ ପ୍ରେମୀ ଭକ୍ତଙ୍କୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ହଜାର ହଜାର ସଂଖ୍ୟାରେ ସାମିଲ ଲୋକଙ୍କୁ ସର୍ବତ ମଧ୍ୟ ବିତରଣ କରାଯାଇଥିଲା ଓ ପଣା ସଂକ୍ରାନ୍ତି ର ଶୁଭେଚ୍ଛା ଜଣାଇଥିଲେ।
Edited by k.s thakur...


