କଣ୍ଟାବାଞ୍ଜି ଠାରେ ମହାଆଡ଼ମ୍ବରରେ ହନୁମାନ ଜୟନ୍ତୀ ପାଳିତ...
କଣ୍ଟାବାଞ୍ଜି,୧୬/୦୪ : କଣ୍ଟାବାଞ୍ଜି ସହରରେ ବଜରଙ୍ଗ ଦଳ ଆନୁକୂଲ୍ୟରେ ମହାଆଡମ୍ବର ସହକାରେ ହନୁମାନ ଜୟନ୍ତୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ସର୍ଵ ପ୍ରଥମେ ସ୍ଥାନୀୟ ସାପ୍ତାହିକ ବଜାର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲାପରେ ଏକ ବିଶାଳ ଶୋଭା ଯାତ୍ରା ବାହାରିଥିଲା ।
Ad..
ଦୁଲଦୁଲି ବାଦ୍ୟ, ଡିଜେ, ଘଣ୍ଟ ବାଦ୍ୟର ତାଳେ ତାଳେ ମନ୍ଦିରରୁ ବାହାରି ଝରବାଲିୟା ଛକ, ଶାସ୍ତ୍ରୀ ଛକ,ମେନ ରୋଡ଼, ଆମ୍ବେଦକର ଛକ, ପର୍ଶୁରାମ ଛକ, ହୋଇ ସହର ମୁଖ୍ୟ ମାର୍ଗ ଦେଇ କଣ୍ଟାବାଞ୍ଜି ସହର ପରିକ୍ରମା କରିଥିଲେ ।
ଏହି ଶୋଭା ଯାତ୍ରାରେ ପାଟ ପଟୁଆରାରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଏବଂ ରାମ ଭକ୍ତ ଶ୍ରୀ ହନୁମାନଙ୍କ ସମେତ ବାନର ସେନା ମଧ୍ୟ ବାହାରିଥିଲେ । ଅନ୍ୟପଟେ ଏହି ଶୋଭା ଯାତ୍ରାରେ କଣ୍ଟାବାଞ୍ଜିର ସମସ୍ତ ସଂଗଠନର ସଦସ୍ୟମାନେ ଏବଂ ଆଖ ପାଖ ଅଞ୍ଚଳରୁ ପ୍ରାୟ ହଜାର ହଜାର ସଂଖ୍ୟାରେ ଲୋକେ ଯୋଗ ଦେଇଥିବା ବେଳେ ହନୁମାନ ଜୟନ୍ତୀ ଉତ୍ସବ କମିଟି ର ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ଉତ୍ସାହ ଉଦ୍ଦୀପନା ରେ ଗଦା ବୁଲାଇବା ସହ ନିଜେ ମୃଦଙ୍ଗ ବଜାଇ ଲୋକ ମାନଙ୍କୁ ଉତ୍ସାହିତ କରିଥିଲେ ।
ତେବେ ପ୍ରତି ଘର ଅଗଣାରେ ଦୀପ କଳସ ରଖି ମହିଳାମାନେ ସ୍ୱାଗତ କରିଥିଲେ । ଓଡ଼ିଆ ପାଞ୍ଜି ଅନୁସାରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ଶ୍ରୀ ହନୁମାନଙ୍କ ଜନ୍ମ ହୋଇଥିଲା । ଏଣୁ ପୂର୍ବରୁ ପାଳନ କରି ଆସୁଥିବା ଏହି ହନୁମାନ ଜନ୍ମ ଜୟନ୍ତୀକୁ ଏ ବର୍ଷ ବହୁ ଆଡମ୍ବର ସହିତ ପାଳନ ହୋଇଥିବାରୁ ଲୋକେ ବେଶ୍ ଖୁସି ଅନୁଭବ କରିଛନ୍ତି ।
ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ, ସରବତ୍, ଜଳଖିଆର ବ୍ୟବସ୍ଥା କରାଯାଇଥିବା ବେଳେ ପରିକ୍ରମା ପରେ ଲୋକେ ପ୍ରସାଦ ସେବନ କରିଥିଲେ । ତେବେ ବହୁତ ଶାନ୍ତି ଶୃଙ୍ଖଳା ସହିତ ଏହା ଅନୁଷ୍ଠିତ ହୋଇଥିବାରୁ ସମସ୍ତ ଜନସାଧାରଣ ଏବଂ ପୋଲିସ ପ୍ରଶାସନଙ୍କୁ ବଜରଙ୍ଗ ଦଳ ପକ୍ଷରୁ ଧନ୍ୟବାଦ୍ ଜଣାଇଥିଲେ ।
ସୁରକ୍ଷା ଦୃଷ୍ଟି ରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବଲ ମୁତୟନ କରା ଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଯଜମାନ ପ୍ରତାପ ନାଗ ଓ ତାଙ୍କ ଧର୍ମ ପତ୍ନୀ କାର୍ଯ୍ୟଭାର ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ଭାବେ ପଣ୍ଡିତ କୃଷ୍ଣ ଦେବ ମିଶ୍ରା ,ସହଯୋଗୀ ଭାବେ ଜିତେନ୍ଦ୍ର ମିଶ୍ର, ସତେନ୍ଦ୍ର ମିଶ୍ର, ଅଭିଷେକ ମିଶ୍ର ଯୋଗଦାନ କରିଥିଲେ।
Edited by k.s thakur...


