ଓଡ଼ିଶା ରେ ନାରୀ ନିର୍ଯାତନା ପ୍ରସଙ୍ଗ ରେ କଣ୍ଟାବାଞ୍ଜି ନଗର କଂଗ୍ରେସ ପକ୍ଷରୁ ଏକ ମଶାଲ ଯାତ୍ରା...

ଓଡ଼ିଶା ରେ ନାରୀ ନିର୍ଯାତନା ପ୍ରସଙ୍ଗ ରେ କଣ୍ଟାବାଞ୍ଜି ନଗର କଂଗ୍ରେସ ପକ୍ଷରୁ ଏକ ମଶାଲ ଯାତ୍ରା...


କଣ୍ଟାବାଞ୍ଜି,୧୬/୦୪  : ରାଜ୍ୟରେ ନ ନାରୀ ସୁରକ୍ଷିତ ନାହାନ୍ତି। ନାରୀ ନିର୍ଯାତନା ମଧ୍ୟ ବଢୁଛି । ଏହାକୁ ନେଇ କଣ୍ଟାବାଞ୍ଜି ନଗର କଂଗ୍ରେସ ପକ୍ଷରୁ ଏକ ମଶାଲ ଯାତ୍ରା ସ୍ଥାନୀୟ କଂଗ୍ରେସ ଅଫି ଅଫିସରୁ ବାହାରିଥିଲା। ନଗର କଂଗ୍ରେସ କଣ୍ଟାବାଞ୍ଜିର ବରିଷ୍ଠ ସଦସ୍ୟ ତଥା ଏନ୍‌ଏସି ଅଧ୍ଯକ୍ଷ ବରୀୟମ ସିଂ ସାଲୁଜା, ଉପାଧ୍ଯକ୍ଷ ମନୋରମା ରାଉତ ସହ ଅନ୍ୟମାନେ ସାମିଲ ଥିଲେ
।ମଶାଲ ଧରି କଂଗ୍ରେସ ଅଫିସରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ।

Ad..


ପରେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ନାରୀମାନେ ଏହି ରାଜ୍ୟରେ ସୁରକ୍ଷିତ ନାହାନ୍ତି ବୋଲି କହିଥିଲେ।ଯଦି ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେଉଛନ୍ତି ତେବେ ସରକାରରୁ ଓହରି ଯିବା କଥା ବୋଲି କହିଛନ୍ତି। 

ଏହି ମଶାଲ ଯାତ୍ରାରେ କାଉନସିଲର ଅଶୋକ ବଂଶଲ୍, ଗୌତମ ବେହେରା, ଶାନ୍ତି ଦିକ୍ଷୀତ, ହେମାନୀ ଜଗତ, ବିକାଶ ତରିଆ, ସୁନିତା ବୁଡେକ, ବେଦକାନ୍ତି ପନିକା, ଡମ୍ବରୁଧର ବେହେରା, ସୁନୀଲ ଦୀପ, ଦୁଃଖ୍ଶ୍ୟାମ ରାୟ, ଅମରେନ୍ଦ୍ର ତାଣ୍ଡି,ଓଁକାର ବେହେରା ସହ ଅନ୍ୟମାନେ ସାମିଲ ହୋଇ ଥିଲେ।

ସୂଚନା ଅନୁସାରେ ,ମୋଟ ଦୁଷ୍କର୍ମ ୯ ମାସ ରେ ସେ ୨୮୪୨ ନାବାଳିକା ଓ ମହିଳା ଓଡ଼ିଶାରେ ଦୁଷ୍କର୍ମ ଶିକାର ହୋଇଛନ୍ତି। ୧୮୦୦୧ ମହିଳା ନିର୍ଯାତନାର ଶିକାର ହୋଇଥିବାବେଳେ ୨୭୨୧ କେଶ ତଦନ୍ତ ଅପେକ୍ଷା ପେକ୍ଷାରେ ଅଛି।ପ୍ରତିଦିନ ଶତକଡା ୧୦ ଭାଗ ମହିଳା ଧର୍ଷଣର ଶିକାର ହେଉଥ‌ିବା ଭଳି ସଙ୍ଗୀନ ଅଭିଯୋଗ ଆଣି କ୍ୟାଣ୍ଡେଲ ଶୋଭାଯାତ୍ରା କରି ଡବଲ୍ ଇଞ୍ଜିନ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଉଲ୍ଲାଇଥିଲା ଓଡ଼ିଶା ପ୍ରଦେଶ  କଂଗ୍ରେସ ଦଳ।



Edited by k.s thakur...

Post a Comment

Previous Post Next Post