ପଶ୍ଚିମବଙ୍ଗରେ କଣ ହେଉଛି ଡାଇରେକ୍ଟ ଆକ୍ସନ ଡେ’ର ପୁନରାବୃତ୍ତି?
ବଲାଙ୍ଗୀର,୧୬/୦୪ : ୱାକଫ ସଂଶୋଧନ ଅଧିନିୟମ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାରେ ବିଶେଷ ଭାବେ ମୁର୍ଶିଦାବାଦ ଜିଲ୍ଲାରେ ଯେପରି ଭାବେ ଇସଲାମୀ ଭୀଡ ଆକ୍ରମଣ କରୁଛି ତାହା ଭାରତ ବିଭାଜନ ପୂର୍ବରୁ ଡାଇରେକ୍ଟ ଆକ୍ସନ ଡେ କଥାକୁ ମନେ ପକାଇ ଦେଉଛି।
ଯେଭଳି ଭାବେ ସଂଗଠିତ ଇସଲାମୀ ଭୀଡ ଦ୍ୱାରା ହିଂସା, ଉପଦ୍ରବ ଘଟଣା ମାନ ଆସୁଛି ଓ ରାଜସତ୍ତା ଏହି ଆକ୍ରମଣକାରୀ ମାନଙ୍କ ଆଗରେ ମୁଣ୍ଡ ନୂଆଇଁ ଦେଇଛି ତାହା ଆଗାମୀ ଦିନରେ ହିନ୍ଦୁ ମାନଙ୍କ ଉପରେ କିଭଳି ଅବସ୍ଥା ହେବାକୁ ଯାଉଛି ତାହାର ସଂକେତ ପ୍ରଦାନ କରୁଛି। ଏବେ ମଧ୍ୟ କିଛି ହିନ୍ଦୁ ମାନଙ୍କର ପଳାୟନର ଭିଡିଓ ଓ ଫଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।
ଭାରତର ବିଭାଜନ କରି ପାକିସ୍ତାନ ନିର୍ମାଣ କରିବାକୁ ବାଧ୍ୟ କରିବା ପାଇଁ ମୁସଲିମ ଲିଗ ୧୯୪୬ ମସିହା ଅଗଷ୍ଟ ୧୬ରେ ମୁସଲମାନ ମାନଙ୍କୁ ‘ଡାଇରେକ୍ଟ ଆକ୍ସନ ଡେ’ ରୁପେ ପାଳନ କରିବାକୁ ଆହ୍ୱାନ କରିଥିଲା। ଲିଗ କହିଥିଲା – “ଭାରତର ମୁସଲମାନ ମାନେ ସେତେବେଳେ ଯାଏ ଶାନ୍ତିର ସହିତ ବସିବେ ନାହିଁ, ଯେତେବେଳ ଯାଏ ସ୍ୱାଧୀନ ଏବଂ ପୂର୍ଣ୍ଣ ସଂପ୍ରଭୁତା ସମ୍ପନ୍ନ ପାକିସ୍ତାନର ସ୍ଥାପନା ନ ହୋଇଛି। ଏବେ ସମୟ ଆସି ଯାଇଛି ଯେ ମୁସଲମାନ ଡାଇରେକ୍ଟ ଆକ୍ସନ ଆରମ୍ଭ କରନ୍ତୁ।”
୧୬ ଅଗଷ୍ଟ ଯେତେ ଯେତେ ପାଖକୁ ଆସିଲା ମାତ୍ରେ ମୁସଲିମ ଲିଗ ସମସ୍ତ ମହାନଗର ଓ ଛୋଟ ସହର ମାନଙ୍କରେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଜେହାଦ ଆରମ୍ଭ କରି ଦେଇଥିଲା। ସଭା ସମିତି କରାଗଲା, ରାଲୀ ବାହାର କରା ଯାଇଥିଲା। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଗଲା। ବଙ୍ଗ ଓ ସିନ୍ଧରେ ଲିଗ ମନ୍ତ୍ରିମଣ୍ଡଳ ୧୬ ଅଗଷ୍ଟକୁ ଛୁଟି ବୋଲି ଘୋଷଣା କରିଥିଲେ।
ସେତେବେଳେ ଅନେକ ରାଜ୍ୟରେ ପୋଲିସରେ ମୁସଲମାନ ମାନେ ବହୁସଂଖ୍ୟକ ଥିଲେ। ସିନ୍ଧ ଓ ପଂଜାବ ପୋଲିସରେ ୭୦ ପ୍ରତିଶତ ମୁସଲମାନ ଥିଲେ ଏବଂ ବଙ୍ଗ ଓ ସଂଯୁକ୍ତ ପ୍ରାନ୍ତ ପୋଲିସରେ ୫୦ ପ୍ରତିଶତ ମୁସଲମାନ ଥିଲେ। ଅଗଷ୍ଟ ୧୬ ତାରିଖ ଦିନ କଲିକତାରେ ଯାହା ହେଲା ତାହା ଅବର୍ଣନୀୟ। ଏହା କଲିକତା ଜନସଂହାର ନାମରେ ଖ୍ୟାତ। ଏହି ଜଘନ୍ୟ ଜନସଂହାର ପାଇଁ ମଂଚ ସ୍ୱୟଂ ବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ତିଆରି କରିଥିଲେ। କଲିକତା ଓ ଏହାର ଆଖପାଖ ଅଂଚଳରେ ବଛା ବଛା ଗୁଣ୍ଡା ମାନଙ୍କୁ ଏକାଠି କରାଯାଇଥିଲା।
ତାଙ୍କୁ ଆଗ୍ନେୟାସ୍ତ୍ର ଓ ଅନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଗଲା। ପେଟ୍ରୋଲର ଅଭାବ ହେବା କାରଣରୁ ସେମାନଙ୍କୁ ପେଟ୍ରୋଲର କୁପନ ବିନା ମୂଲ୍ୟରେ ପ୍ରଦାନ କରାଯାଇଥିଲା। ହାଓଡାର ଗୁଣ୍ଡା ମାନଙ୍କର ସମୂହର ନେତୃତ୍ୱ କଲିକତାର ତତ୍କାଳୀନ ମେୟର ଶରିଫ ଖାଁ ସମ୍ଭାଳିଥିଲା। ୨୪ ପୋଲିସ ମୁଖ୍ୟାଳୟ ମଧ୍ୟରୁ ୨୨ ଟିରେ ହିନ୍ଦୁ ପୋଲିସ ଅଧିକାରୀ ମାନଙ୍କ ସ୍ଥାନରେ ମୁସଲିମ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଗଲା। ବଳକା ୨ଟି ସ୍ଥାନରେ ଆଂଗ୍ଲୋ ଇଣ୍ଡିଆନ ଅଧିକାରୀ ଥିଲେ।
ଅଗଷ୍ଟ ୧୬ ତାରିଖ ଦିନ ସକାଳ ମୁସଲିମ ଲିଗ ପକ୍ଷରୁ ଜୁଲୁସ ବାହାର କରାଗଲା। ମୁଖ୍ୟମନ୍ତ୍ରୀ ସୁହାରବର୍ଦୀଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସଭା ହେଲା। ଏହି ସଭାରେ ଜଣେ ପରେ ଜଣେ ବକ୍ତା ହିନ୍ଦୁ ମାନଙ୍କର ବିନାଶ ପାଇଁ ଶପଥ ନେଲେ। କାଫିର ମାନଙ୍କ ବିରୁଦ୍ଧରେ ଜେହାଦର ଖୋଲାଖୋଲି ଘୋଷଣା କରାଗଲା। ସଭା ସରିଲା ପରେ ସେଠାରୁ ଫେରୁଥିବା ଲୋକ ମାନେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ହିଂସା ଆରମ୍ଭ କରି ଦେଲେ। ଭୀଷଣ ମାତ୍ରାରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ ଆରମ୍ଭ ହୋଇଗଲା।
ଏପରି ଲାଗୁଥିଲା ଯେ ମଧ୍ୟକାଳୀନ ବର୍ବରତାପୂର୍ଣ୍ଣ ଇସଲାମୀ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇ ଯାଇଛି। ଏହି ତାଣ୍ଡବ ଲଗାତାର ଦୁଇ ଦିନ ଧରି ଚାଲିଥିଲା। ଏହାକୁ ଅଟକାଇବା ପାଇଁ କେହି ନ ଥିଲେ। ଯାହାକୁ ମଧ୍ୟ ଅପରାଧିକ କାରଣ ପାଇଁ ବନ୍ଦୀ କରା ଯାଇଥିଲା ସେମାନଙ୍କୁ ଜେଲରୁ ଖଲାସ କରି ଦିଆ ଯାଇଥିଲା। ଏହି ନିର୍ଦେଶ ସ୍ୱୟଂ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ଦେଇଥିଲା ଯିଏ ନିଜେ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏହି ହିଂସାକୁ ପରିଚାଳିତ କରୁଥିଲା।
କଲିକତାର ସଡକରେ ୧୦ ହଜାରରୁ ଅଧିକ ନର- ନାରୀ ଓ ପିଲା ମାନଙ୍କର ହତ୍ୟା ହୋଇଥିଲା। ୧୫ ହଜାରରୁ ଅଧିକ ଲୋକ ଅତ୍ୟନ୍ତ କ୍ଷତ ବିକ୍ଷତ ହୋଇଥିଲେ। ଏକ ଲକ୍ଷରୁ ଅଧିକ ଲୋକଙ୍କର ଘର ଜାଳି ଦିଆ ଯାଇଥିଲା। ଦାନବତାର ନଗ୍ନ ଚିତ୍ର କଲିକାତା ସହରରେ ଦେଖା ଯାଇଥିଲା।
ସେତେବେଳର ଷ୍ଟେଟସମ୍ୟାନର ରିପୋର୍ଟର କିମ କ୍ରିଷ୍ଟେନ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରି ଲେଖିଛନ୍ତି - “ ଯୁଦ୍ଧର ଅନୁଭୁତି ମୋତେ କଠୋର କରି ଦେଇଛି। ଏହା ଦଙ୍ଗା ନୁହେଁ, ଏଥି ପାଇଁ ତ ଶବ୍ଦ ମଧ୍ୟକାଳୀନ ଇତିହାସରୁ ଖୋଜିବାକୁ ପଡିବ। ଉନ୍ମାଦ ଶବ୍ଦ ଏଥି ପାଇଁ ପ୍ରଯୁଜ୍ୟ ହେବ ନାହିଁ ଓ ଏହା ହାଲୁକା ହେବ, କାରଣ ଉନ୍ମାଦ ନିଜେ ତିଆରି ହୋଇଥାଏ ହେଲେ ଏହି ଉନ୍ମାଦ ପଛରେ ତ ଯୋଜନାବଦ୍ଧ ଓ ସଂଗଠିତ ପ୍ରୟାସ ଦେଖା ଯାଉଛି।”
ଏହା ପରେ ମୁସଲିମ ଲିଗ ତାର ଡାଇରେକ୍ଟ ଆକ୍ସନକୁ ତିପ୍ପରା ଓ ନୋଆଖାଲିକୁ ସ୍ଥାନାନ୍ତରିତ କରି ଦେଇଥିଲା। ଏହି ଅଂଚଳରେ ହିନ୍ଦୁ ମାନେ ସଂଖ୍ୟାଲଘୁ ଥିଲେ। ଏହି ଅଂଚଳରେ ଯେପରି ହିଂସା କରାଗଲା ତାହା ମଧ୍ୟ ଅବର୍ଣ୍ଣନୀୟ ଥିଲା। ସପ୍ତାହ ସପ୍ତାହ ଧରି ଜେହାଦ ଚାଲିଥିଲା। ଭୟଙ୍କର ନରସଂହାର ହେଲା, ହିନ୍ଦୁ ମାନଙ୍କର ବ୍ୟାପକ ଧର୍ମାନ୍ତରଣ କରା ଯାଇଥିଲା। ହିନ୍ଦୁ ମହିଳା ମାନଙ୍କର ଅପହରଣ କରା ଯାଇ ତାଙ୍କ ସହିତ ବଳପୂର୍ବକ ନିକାହ କରାଗଲା।
ମିସ ମ୍ୟୁରିଲ ଲେଷ୍ଟର ନାମକ ଜଣେ ବିଦେଶୀ ୧୯୪୬ ମସିହାରେ ପୂର୍ବ ବଙ୍ଗର ଏକ ଗ୍ରାମରେ ସହାୟତା ଶିବିରରେ ପହଂଚିଥିଲେ। ସେ ନଭେମ୍ବର ୬ ତାରିଖ ଦିନ ଲେଖିଛନ୍ତି – “ମହିଳା ମାନଙ୍କର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ଅନେକ ମହିଳାଙ୍କ ସେମାନଙ୍କ ଆଖି ସାମନାରେ ସେମାନଙ୍କର ସ୍ୱାମୀ ମାନଙ୍କୁ ହତ୍ୟା କରା ଯାଇଥିଲା ଓ ସେହି ମହିଳା ମାନଙ୍କର ନିକାହ ସେମାନଙ୍କର ସ୍ୱାମୀ ମାନଙ୍କର ହତ୍ୟାକାରୀ ମାନଙ୍କ ସହ ଜୋର ଜବରଦସ୍ତି କରା ଯାଇଥିଲା। ମହିଳା ମାନଙ୍କର ଆଖି ପଥର ହୋଇ ଯାଇଥିଲା। ଜୀବନ ରକ୍ଷା ପାଇଁ ହଜାର ହଜାର ଲୋକଙ୍କୁ ଇସଲାମ ଗ୍ରହଣ କରିବାକୁ ପଡିଥିଲା ଓ ଗୋମାଂସ ଖାଇବାକୁ ପଡିଥିଲା।”
୧୯୪୬ ମସିହାର ସେଇ କଥା ଏଠାରେ ଆଲୋଚନା କରିବାର କାରଣ ଏଇଆ ଯେ, ଏବେ ମଧ୍ୟ ସେହି ସମାନ ସ୍ଥିତି ଉତ୍ପନ୍ନ ହୋଇଛି। ଗତ କିଛିଦିନ ଧରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଳାରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ୧୯୪୬ ମସିହାର ସେଇ ‘ଡାଇରେକ୍ଟ ଆକ୍ସନ ଡେ’ ର ବିଭତ୍ସ ଦୃଶ୍ୟ ଓ କ୍ଷତକୁ ମନେ ପକାଇ ଦେଇଛି।
ତେବେ ଏହା ପ୍ରଥମ ଥର ପାଇଁ ହେଉ ନାହିଁ। ୨୦୨୧ ମସିହାରେ ପଶ୍ଚିମବଙ୍ଗ ବିଧାନସଭାର ଫଳାଫଳ ଆସିବା ପରେ ମଧ୍ୟ ଏହି ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଯଦି ସ୍ଥିତିକୁ ଠିକ ଭାବେ ଆକଳନ କରି ଉଚିତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ କଣ ହେବାକୁ ଯାଉଛି ତାହାର ଅନୁମାନ କରାଯାଇପାରେ। ଯେଉଁ ଦେଶ ଇତିହାସରୁ ଶିକ୍ଷା ଗ୍ରହଣ କରେ ନାହିଁ ସେହି ଦେଶ ନିଜେ ଇତିହାସ ହୋଇଯାଏ।
ତେଣୁ ସବକା ସାଥ ସବକା ବିଶ୍ବାସର ନିଶାରେ ମାତାଲ୍ ହୋଇଥିବା କେନ୍ଦ୍ର ସରକାର ଆଖି ଖୋଲିବା ଉଚିତ୍। ଏବଂ ଭାରତର ଯେଉଁ ଜିଲ୍ଲା ଗୁଡ଼ିକରେ ହିନ୍ଦୁ ମାନେ ସଂଖ୍ୟାଲଘୁ ଅଛନ୍ତି, ସଂପୃକ୍ତ ଜିଲ୍ଲା ଗୁଡ଼ିକରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳର ସ୍ଥାୟୀ କ୍ୟାମ୍ପ କରିବା ଉଚିତ୍।
By : Ranjan ku das
Edited by k.s thakur...


