ପ୍ଲାଷ୍ଟିକ ପ୍ରଦୂଷଣ ପରିବେଶ ପାଇଁ କ୍ଷତିକାରକ : ଜନତା ହାଇସ୍କୁଲରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ...

ପ୍ଲାଷ୍ଟିକ ପ୍ରଦୂଷଣ ପରିବେଶ ପାଇଁ କ୍ଷତିକାରକ : ଜନତା ହାଇସ୍କୁଲରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ...


ବରଗଡ଼/ଅମ୍ବାଭୋନା,୧୬/୦୪ : ଆଜି ବରଗଡ଼ ଜିଲ୍ଲା ଅମ୍ବାଭୋନା ସ୍ଥିତ ଜନତା ହାଇସ୍କୁଲଠାରେ ପରିବେଶ ଓ ଜୀବଜଗତର ସୁରକ୍ଷା ପାଇଁ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା।

Ad..


ପ୍ରତ୍ୟେକ ନାଗରିକ ପ୍ଲାଷ୍ଟିକର ସୀମିତ ବ୍ଯବହାର କରିବା ଆବଶ୍ୟକ।ପ୍ଲାଷ୍ଟିକ ଜନିତ ସମସ୍ୟାର ଭୟାବହତାକୁ ଉପଲବଧି କରି ଏହାକୁ ସଂପୂର୍ଣ୍ଣ ଭାବେ ବର୍ଜନ କରିବା ଆବଶ୍ୟକ ବୋଲି ଅନୁଷ୍ଠିତ ସଭାରେ ବକ୍ତା ମାନେ କ୍ଷୋଭ ପ୍ରକାଶ କରି ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବରେ ଏବିଇଓ ଲାଲମୋହନ ସିଂ,ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ। ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଛାତ୍ରଛାତ୍ରୀ ମାନଙ୍କୁ ସବୁଜ ଶପଥ ପାଠ କରାଇବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ନିମନ୍ତେ ସମସ୍ତେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବ୍ଯବହାରକୁ ବର୍ଜନ କରିବା ସହିତ ପ୍ଲାଷ୍ଟିକର ସୀମିତ ବ୍ଯବହାର କରିବା ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ସମସ୍ତ ଛାତ୍ରଛାତ୍ରୀ,ଅଭିଭାବକ ତଥା ପରିଦର୍ଶକମାନଙ୍କୁ ବିଦ୍ୟାଳୟକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ସହିତ ପ୍ରବେଶ ନ କରିବା ପାଇଁ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ ଓ ୟୁଥ୍ ଆଣ୍ଡ ଇକୋ କ୍ଲବ,ଶକ୍ତି କ୍ଲବ୍ ଓ ମାନକ କ୍ଲବ ତରଫରୁ ଅନୁରୋଧ କରାଯାଇଥିଲା। 

କାର୍ଯକ୍ରମ କୁ ଶିକ୍ଷକ ଆସୁତୋଷ ଭୋଇ ପରିଚାଳନା କରିଥିବାବେଳେ ଶିକ୍ଷକ ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷକ ଶ୍ରୀପତି ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସି. ଆର.ସି.ସି.କେଦାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...



Post a Comment

Previous Post Next Post