ବରଗଡ଼ ନାଗରିକ ମଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ବରଗଡ଼ ନାଗରିକ ମଞ୍ଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ...


ବରଗଡ଼,୨୦/୦୪  : ବାଇକ ଚୋରି ଗ୍ୟାଙ୍ଗ କୁ ଠାବ କରି ୨୩ ଟି ବାଇକ ଉଦ୍ଧାର କରିବା ସହ ୮ ଜଣ କୁ ଗିରଫ କରିବା ଘଟଣାରେ ଟାଉନ ପୋଲିସ କୁ ମିଳିଥିବା ବଡ଼ ସଫଳତାକୁ ବରଗଡ଼ ନାଗରିକ ମଞ୍ଚ ସ୍ୱାଗତ କରିଛି।

Ad.. 


ଗତ ୮ ତାରିଖ ମଙ୍ଗଳବାର ନାଗରିକ ମଞ୍ଚ ତରଫରୁ ସହରରେ ବଢ଼ି ଚାଲିଥିବା ଚୋରି, ଡକାୟତି, ନିଶା କାରବାର କୁ ନେଇ ଟାଉନ ଥାନା କୁ ଏକ ଦାବୀ ପତ୍ର ଦିଆଯାଇ ଥିଲା ଓ ଦୃଢ ପଦକ୍ଷେପ ନହେଲେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ଆଗରେ ଧାରଣା ଦେବାକୁ ଚେତାବନୀ ଦିଆଯାଇ ଥିଲା ଯାହା ଫଳରେ ପୋଲିସ ସକ୍ରିୟ ହୋଇ ବାଇକ ଚୋରି ଗ୍ୟାଙ୍ଗ କୁ କାବୁ କରିବାରେ ସଫଳ ହୋଇଛି। 

ରବିବାର ବରଗଡ଼ ନାଗରିକ ମଞ୍ଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବରଗଡ଼ ପୋଲିସ ର କାର୍ଯ୍ୟ କୁ ପ୍ରଶଂସା କରିବା ସହ ବରଗଡ ର ବିକାଶ ଉପରେ ଆଲୋଚନା କରାଯାଇଥିଲା ଓ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇ ଥିଲା। ଆଗକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ସକାରାତ୍ମକ ଭୂମିକା ଗ୍ରହଣ କରିବା ସହ ବ୍ୟବସ୍ଥା ଗତ ତ୍ରୁଟି କୁ ଉଜାଗର କରିବ ମଞ୍ଚ ବୋଲି ସକ୍ରିୟ ସଦସ୍ୟ ଭବାନୀ ସାହୁ କହିଛନ୍ତି।

ମଞ୍ଚର ଉପଦେଷ୍ଟା ତଥା ଆଇନଜୀବୀ ଭୀଷ୍ମଦେବ ସରାଫ ସଂଗଠନ ର ଏକତା ସକ୍ରିୟତା ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିରେନ ପ୍ରଧାନ, ଭରତ ମହାନ୍ତି, ସତ୍ୟ ମେହେର,ଜିତୁ ଭୋଇ,ଅନୁପ ଶତପଥି,ଶିବାନନ୍ଦ ମଟାରୀ,ମହେନ୍ଦ୍ର ପୁରୋହିତ, ଚୈତନ ପାଇକ,ବିଘ୍ନେଶ୍ଵର ମିଶ୍ର, ଶୟନ ପଣ୍ଡା, ଟିଙ୍କୁ ନନ୍ଦ,ଶ୍ରବଣ ଶର୍ମା, ନିରଞ୍ଜନ ବାରିକ, ଅନିରୁଦ୍ଧ ନାୟକ,ପ୍ରଶାନ୍ତ କୁମାର, ସୁଦାମ ସାହୁ,ପ୍ରମୋଦ ବେହେରା, ଲତିଫ ଖାନ, ମନୋହର ପ୍ରଧାନ,ସୁରେଶ ମହାନନ୍ଦ, ସୁରଥ ସାହୁ, ସୁଶାନ୍ତ ସାହୁ, ଆଶିଷ ତ୍ରିପାଠୀ, ନିଖିଳ ପାଣିଗ୍ରାହୀ, ଜିତୁ ମେହେର, ସଂଜୀବ ବଗର୍ତି,ସରୋଜ ନାଏକ, ସୁବାଷ ପ୍ରଧାନ, ସୁଧୀର ବରିହା, ଜୀବନ ଲାଲ ଚୌଧୁରୀ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post