ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ର ମହାସମାବେଶ ଆୟୋଜିତ...
କଣ୍ଟାବାଞ୍ଜି,୨୧/୦୪ : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁ ରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ର ମହା ସମାବେଶ ରବିବାର ଆୟୋଜିତ ହୋଇଯାଇଅଛି।
Ad..
ଝରଣୀ ଗାଁ ର ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଯଶୋବନ୍ତ ତାଣ୍ଡି ଙ୍କ ନେତୃତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ର ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଗୋବିନ୍ଦ ତାଣ୍ଡି, ଉପ ସଭାପତି ଅନିଳ ବିଭାର, ତୁରେକେଲା ବ୍ଲକ ସଭାପତି ଫାଲଗୁନି ନାଗ, ଉପଦେଷ୍ଟା ରମେଶ ଚନ୍ଦ୍ର ମାହାନନ୍ଦ, ସିଟ ଅନୁଷ୍ଠାନ ସଂଯୋଜକ ରତିନ୍ଦ୍ର ରାଏ, ତୁରେକେଲା ବ୍ଲକ ଉପ ସଭାପତି ତୁଳସିରାମ ଜଗତ, ଚଟୁଅନକା ପଞ୍ଚାୟତ ସଭାପତି ଦେବାନନ୍ଦ ବଏ, ଚାଉଳସୁଖା ସଭାପତି ଘାସି ବାଗ, ସହ ବିଭିନ୍ନ ବ୍ଳକ ସଭାପତି ମାନେ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ।
ଲକ୍ଷେ ଘର ଗଣ୍ଡା ସମାଜ ର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ କରି ଆଜିର ବୈଠକ ରେ ଆଳୋଚନା ହୋଇଥିଲା। ଆଗାମୀ ଦିନ ସମାଜ ଆହୁରୀ କେମିତି ହେବ ସଂଗଠିତ ହେବ ସେ ନେଇ ବିଶେଷ କରି ଆଳୋଚନା ହୋଇଥିଲା। ଏବଂ ସମାଜ ର ଯୁବପିଢି ରୋଜଗାର ପାଇ କେମିତି ଆହୁରୀ ଉନ୍ନତୀ କରିବେ ସେ ନେଇ ଅତିଥି ମାନେ ତାଙ୍କ ଅବିଭାଷଣ କହିଥିଲେ।
ଏହି ବୈଠକ ରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ବ୍ଳକ ରୁ ଶହ ଶହ ସଦସ୍ଯ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଉପ ସଭାପତି ଜଗ ଦୀପ, ସଂପାଦକ ନାରାୟଣ ବିଭାର,ସହ ସଂପାଦକ ଲକ୍ଷେଶ୍ବର ବାଗ,କୋଷାଧ୍ୟକ୍ଷ ଜିତୁ ବାଗ,ତୁଲାରାମ ତାଣ୍ଡି, ସଂଯୋଜକ କୌଲାଶ ତାଣ୍ଡି, ସନାତନ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟ ସଦସ୍ଯ ମାନେ ଉପସ୍ଥିତ ଥିଲେ।
Edited by k.s thakur...


