ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର...

ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର...


ଭୁବନେଶ୍ଵର,୨୦/୦୪ : ରାଜ୍ୟରେ ଉଦଘାଟିତ ହେଲା ‘ଖେଲୋ ଇଣ୍ଡିଆ’ ସେଣ୍ଟର। ୩୦ ଜିଲ୍ଲାରେ ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର। ସେଣ୍ଟର ଗୁଡ଼ିକରେ ବାର୍ଷିକ ୫ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ଯୋଜନାରେ ପ୍ରତ୍ୟେକ ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ ଆଭାଷୀ ମାଧ୍ୟମରେ କରାଯାଇଛି। 

Ad..


ଏହି ସେଣ୍ଟରରେ କୋଚ୍ ରହିବେ ପୂର୍ବତନ ଚାମ୍ପିଅନ ଖେଳାଳି। ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଏଣିକି କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ପ୍ରତି ସେଣ୍ଟର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅଲିମ୍ପିକ୍ସ ଖେଳକୁ ପ୍ରୋତ୍ସାହନ ମିଳିବ। 

ଖେଳାଳି କ୍ରୀଡ଼ାକୁ କ୍ୟାରିଅର କରିପାରିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ସହଯୋଗରେ ଏହି ୩୦ଟି ସେଣ୍ଟର ଖୋଲାଯାଇଛି। ଏହାଛଡା ଫୁଟବଲ, ଖୋ ଖୋ, ଯୋଗାସନ ବି ରହିବ। ଯେଉଁ ଜିଲ୍ଲାର ଯେଉଁ ଖେଳ ଅଛି ତାକୁ ଗୁରୁତ୍ଵ ଦିଆଯିବ। ରାଜ୍ୟ ସ୍ତରୀୟ, ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୂର୍ବତନ ଖେଳାଳୀମାନେ କୋଚ୍ ରହିବେ।



Edited by k.s thakur...



Post a Comment

Previous Post Next Post