ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତା ଚୟନ...

ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତା ଚୟନ...


ବଙ୍ଗୋମୁଣ୍ଡା,୧୪/୦୪ :- ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର  ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭାରତରତ୍ନ ଡଃ ବି ଆର୍ ଆମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। 

Ad..


ପରଲୋକ ଗମନ କରିଥିବା ଦୁଇ ଶିକ୍ଷକ ଭାସ୍କର ଶବର ଓ  କୀର୍ତ୍ତନ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସଂଘର ସାଧାରଣ ବୈଠକରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇ ରାଜ୍ୟ ସରକାର ଆବଶ୍ୟକୀୟ କୋୖଣସି ଭିତ୍ତିଭୂମି ନ ସଜାଡ଼ି ଆଗାମୀ ଦିନମାନଙ୍କରେ ୟୁଏସ ପୋର୍ଟାଲ ଲାଗୁ କରୁଥିବାରୁ  ଏହାର ପ୍ରଚଳନକୁ ଦୃଢ ପ୍ରତିବାଦ  କରାଯାଇଥିଲା। 

Ad..


ପୂର୍ବରୁ ରାଜ୍ୟ ସରକାର କୋୖଣସି ବିଷୟ ଭିତ୍ତିକ ଶିକ୍ଷକ ନିଯୁକ୍ତ ନକରି ଶିକ୍ଷା ଅଧିକାର ଆଇନ ୨୦୦୯ ଲାଗୁ କରି ଅଷ୍ଟମ ଶ୍ରେଣୀ କୁ ଉଚ୍ଚ ବିଦ୍ୟାଳୟ ରୁ   ଆଣି ପ୍ରାଥମିକ ବିଦ୍ୟାଳୟ ରେ ମିଶାଇଲେ ଏବଂ ଏବେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରି ଅଙ୍ଗନବାଡ଼ି ରୁ ଶିଶୁ ବାଟିକା କୁ ଆଣି ପ୍ରାଥମିକ ବିଦ୍ୟାଳୟ ରେ ସାମିଲ୍ କରିବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟ ରେ ୯ ଟି ଶ୍ରେଣୀ ହେଉଅଛି ଯଦ୍ୱାରା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶ୍ରେଣୀ ପରିଚାଳନାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ପ୍ରାଥମିକ ଶିକ୍ଷକ ସଂଘର ପୁନର୍ଗଠନ କରାଯାଇଥିଲା।  ସଭାପତି  ଭାବେ କୋଶରାଜ ବେହେରା  କାର୍ଯ୍ୟକାରୀ ସଭାପତି  ସତ୍ୟବ୍ରତ ମିଶ୍ର,  ଉପସଭାପତି  ରାଘବ ବାଗ,ଟଙ୍କଧର ବିଶ୍ବାଳ, ନରହରି ସାହୁ, ଲଳିତ ସାହୁ ,ସାଧାରଣ ସଂପାଦକ  ଜୟନ୍ତୀ ଲାଲ୍ ସାହୁ, ସାଂଗଠନିକ ସମ୍ପାଦକ ଭାବେ ଅରୁଣ କୁମାର ଦାଶ,ବୁଲୁ ହିଆଁଲ, ଯୁଗ୍ମ ସମ୍ପାଦକ ବିନୋଦିନୀ ନାୟକ, ପୂଜା ସାହୁ, କଞ୍ଚନ ବି ଏଲ୍ କୁମ୍ଭାର,ଆଲୋକ ସାହୁ, ସୁରେଶ ବେହେରା,କୋଷାଧ୍ୟକ୍ଷ ଅମୀୟ ନାଗ ଓ ସହ କୋଷାଧ୍ୟକ୍ଷ ସୋମନାଥ କୁମ୍ଭାର,ସମୀକ୍ଷକ ଦେବରାଜ ମେହେର ଓ ଅମୂଲ୍ୟ ସାହୁ, ମିଡ଼ିଆ ସଂଯୋଜକ ନରେନ୍ଦ୍ର ସାହୁ ଓ ନଳ ଭୋଇ ତଥା କାର୍ଯ୍ୟ ନିର୍ବାହୀ ସଦସ୍ୟ ଶଙ୍କର ତ୍ରିପାଠୀ,ତପନ କୁମାର ବିଶ୍ଵାଳ, ଦିଲ୍ଲୀପ ସାହୁ,ତୁଳସୀ ପ୍ରସାଦ ସୁନା,ହର ମାଝୀ,ତ୍ରିଲୋଚନ ବେହେରା,ବିମଲ ଛୁରା,ଜିତାମିତ୍ର ବିଶି,ପରାମର୍ଶ ଦାତା କମିଟିର ସଦସ୍ୟ ଭାବରେ କ୍ଷୀର ସିନ୍ଧୁ ଭୋଇ, କୁମର ବାଗ, ଠଣସୁନ୍ଦର ତାଣ୍ଡି, ଜଗତ କୁଅଁର, ଜଗଦୀଶ ପଣ୍ଡା ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ  କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post