ଓଡ଼ିଆ ନବ ବର୍ଷରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା...

ଓଡ଼ିଆ ନବ ବର୍ଷରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଉନ୍ନତୀକରଣ ପାଇଁ ୨୧୫ କୋଟି ଘୋଷଣା...


ଭୁବନେଶ୍ୱର,୧୪/୦୪ : ଓଡ଼ିଆ ନବ ବର୍ଷରେ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ଆଜି ପ୍ରଥମେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଦର୍ଶନ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପୀଠର ଉନ୍ନତିକରଣ ପାଇଁ ୨୧୫ କୋଟି ଟଙ୍କା ଘୋଷଣା କରିଛନ୍ତି।

Ad..


ଏହି ଅବସରରେ ମା ତାରିଣୀଙ୍କ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଡିପିଆର୍ ପ୍ରସ୍ତୁତ କରାଯାଇଥିବା ବେଳେ ଖୁବଶିଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମାଆଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ବିକାଶ ପାଇଁ ପ୍ରାର୍ଥନା କରିଛନ୍ତି ।

        Ad..


ସୂଚନା ଯୋଗ୍ୟ; ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନ ୧୧.୩୦ରେ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି ୧୨.୧୦ରେ ଘଟଗାଁ ସ୍ଥିତ ତାରିଣୀ ବିଦ୍ୟାପୀଠ ବଏଜ ହଷ୍ଟେଲ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ମୁଖ୍ୟମନ୍ତ୍ରୀ ସଡ଼କ ପଥରେ ଯାଇ ମା’ ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନନା କରିଥିଲେ ।




Edited by k.s thakur...





Post a Comment

Previous Post Next Post