ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ ( ପୁରାତନ ସି ଟି ସ୍କୁଲ) ର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ...

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ ( ପୁରାତନ ସି ଟି ସ୍କୁଲ) ର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ...


ବରଗଡ଼,୧୪/୦୪ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ ( ପୁରାତନ ସି ଟି ସ୍କୁଲ) ର ଶତବାର୍ଷିକୀ ସମାରୋହର ଭଵ୍ୟ ଆୟୋଜନ ଗତ ଏପ୍ରିଲ ୧୨ ଓ ୧୩ ତାରିଖ ୨ ଦିନ ଧରି ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅତିଥି ଓ ଆଲୋଚକ ଭାବେ ଡ ଶିବ ପ୍ରସାଦ ବେହେରା...

Ad..


ପ୍ରାକ୍ତନ ଅଧ୍ୟକ୍ଷ, DAV Titilagarh, ଡ ଯୁବରାଜ ଖମାରୀ ,HOD ଶିକ୍ଷା ବିଭାଗ, ସମ୍ବଲପୁର ବିଶ୍ଵବିଦ୍ୟାଳୟ ଶ୍ରୀ ମନୋରଞ୍ଜନ ମହାପାତ୍ର ଓ ଶ୍ରୀ ମାନସ କୁମାର ନାୟକ,ସହକାରୀ ନିର୍ଦେଶକ , TE & SCERT, ଓଡ଼ିଶା ଅଂଶଗ୍ରହଣ କରିଥିଲେ। ଶତବାର୍ଷିକୀ ବିବରଣୀ ପାଠ କରିଥିଲେ ପ୍ରଶିକ୍ଷିକା ଶ୍ରୀମତୀ ସୀମଞ୍ଜଳୀ ସାହୁ , କୃତଜ୍ଞତା ଜ୍ଞାପନ କରିଥିଲେ ପ୍ରଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ସାହୁ, କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପୁରାତନ ଛାତ୍ର ଗୋବିନ୍ଦ ସେଠ ଓ ବିଜୟ ରଞ୍ଜନ ଦାଶ।

Ad..


କାର୍ଯ୍ୟକ୍ରମର ୨ ୟ ଦିନରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଗୁରୁପୁଜନ ଓ ଗୁରୁ ସମ୍ବର୍ଦ୍ଧନା ସହ ଅନୁଭୂତି କଥନ ହୋଇଥିଲା। ଏକବିଂଶ ଶତାବ୍ଦୀରେ ଶିକ୍ଷା ଶିକ୍ଷକ ଓ ଶିକ୍ଷାଦାନ, ନୂତନ ଜାତୀୟ ଶିକ୍ଷାନୀତି ପରିପ୍ରେକ୍ଷୀରେ ଆହ୍ବାନ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ ପ୍ରଫେସର ସେବକ ତ୍ରିପାଠୀ, ପ୍ରାକ୍ତନ ନିର୍ଦ୍ଦେଶକ SCERT, ଡ ଉମେଶ ପ୍ରସାଦ ଖାଡଙ୍ଗା ,ଓ ଡ ସୁଜିତ ପ୍ରୁସେଠ, HOD ଅର୍ଥଶାସ୍ତ୍ର IIM Sambalpur।

ଏହି ଅଧିବେଶନ ରେ ମୁଖ୍ୟ ଅତିଥି ଶ୍ରୀ ପ୍ରହ୍ଲାଦ ସହାୟ ମିନା ଙ୍କ ଦ୍ଵାରା ସ୍ମରଣିକା ସ୍ମୃତି ଚିରନ୍ତନୀ ଉନ୍ମୋଚିତ ହୋଇଥିଲା। ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଓ ମୁଖ୍ୟ ବକ୍ତା ଭାବେ ପ୍ରଫେସର ମୀନକେତନ ପାଠୀ, ପ୍ରାକ୍ତନ ଅଧ୍ୟକ୍ଷ Dr PM IASE Sambalpur ଓ ସମ୍ମାନିତ ଅତିଥି ଶ୍ରୀ ଶାନ୍ତନୁ କୁମାର ପ୍ରଧାନୀ, ରିଜର୍ଭ ଇନ୍ସପେକ୍ଟର RP line ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ସଂଯୋଜନା, ସ୍ବାଗତ ଓ ଧନ୍ୟବାଦ ଦେଇଥିଲେ ଶ୍ରୀ ବୈଷ୍ଣବ ପଣ୍ଡା, ସ୍ଵାଧୀନ ପଣ୍ଡା, ପଦ୍ମନାଭ ମିଶ୍ର, ଅରବିନ୍ଦ ଗୁପ୍ତା ଦାମୋଦର ସାହୁ ଓ ସଞ୍ଜୁ ପ୍ରଧାନ, ପ୍ରଦେଶୀ ବାରିକ  ଅନିଲ କୁମାର ଭୋଇ। ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ପ୍ରଶିକ୍ଷକ ଶ୍ରୀ ଜନକ ସେଠ ଓ ତନୁଶ୍ରୀ ତନୁଜା ନାଗ।



Report : Bijay ku sahu

Edited by k.s thakur...




Post a Comment

Previous Post Next Post