ଶାନ୍ତି ଶୃଙ୍ଖଳା ସହିତ ସରିଲା ବରଗଡ଼ ଜିଲ୍ଳା ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ...
ବରଗଡ଼,୧୩/୦୪ : ଶାନ୍ତି ଶୃଙ୍ଖଳା ସହିତ ସରିଲା ବରଗଡ଼ ଜିଲ୍ଳା ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନ।ପୁଣି ଥରେ ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ବିନୋଦ ମହାପାତ୍ର।
Ad..
ବିନୋଦ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସୁକାନ୍ତ ମିଶ୍ରଙ୍କୁ 31ଟି ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିପରି ସଂଘର ଉପସଭାପତି ଭାବେ ଦେବାଶିଷ ଦାଶ, ସମ୍ପାଦକ ଗୋବିନ୍ଦ ଦୋରା, ସହ ସଂମ୍ପାଦକ ମନୋଜ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଏମଡି ବବଲୁ ଓ ସୁନିଲ ଦାଶ ନିର୍ବାଚିତ ହୋଇଛନ୍ତି।
Ad..
ପୂରନ ଶର୍ମା, ସରୋଜ ପାଣିଗ୍ରାହୀ, ସୁବ୍ରତ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଦାୟିିତ୍ବ ତୁଲାଇ ଥିଲେ । ଆଗାମୀ ଦିନରେ ବରଗଡ଼ ଘରୋଇ ବସଷ୍ଟାଣ୍ଡକୁ ସମ୍ବଲପୁର, ବଲାଙ୍ଗୀର ଜିଲ୍ଲା ଭଳି ଅତ୍ୟାଧୁନିକ ବସ ଟର୍ମିନାଲ ନିର୍ମାଣ କରାଯିବ । ଯାତ୍ରୀ, ବସ ମାଲିକ, ଡ୍ରାଇଭର ଆଦିଙ୍କ ସମସ୍ତ ପ୍ରକାର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ନବ ନିର୍ବାଚିତ ପ୍ରତିନିଧି ।
Report : Bijay ku sahu
Edited by k.s thakur...



