ବରଗଡରେ ଆଦର୍ଶ ଗଣବିବାହ ଆୟୋଜିତ,ଦୁଇଟି ଫୁଲ ମାଳରେ ବାଛିଲେ ଜୀବନ ସାଥୀ...

ବରଗଡରେ ଆଦର୍ଶ ଗଣବିବାହ ଆୟୋଜିତ,ଦୁଇଟି ଫୁଲ ମାଳରେ ବାଛିଲେ ଜୀବନ ସାଥୀ...


ବରଗଡ଼,୧୩/୦୪ : ବିବାହରେ ନ ଥିଲା ଯାନି ଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ନିଆରା ଓ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭ ଯୋଡି ବରକନ୍ୟାଙ୍କ ବିବାହ ହୋଇଥିଲା।

Ad..


ସ୍ଥାନୀୟ ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅଧକ୍ଷତା ଟ୍ରଷ୍ଟର ଚ୍ୟାରମେନ ଗୁଣମଣୀ ସୁନାନୀ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼ ଶିଶିର କୁମାର ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ଟେକଚାନ୍ଦ ଦୁଆନ, କୃଷି ଅଧିକାରୀ ଅମୀୟ ସାହୁ, ପୌର ଅଧକ୍ଷା କଳ୍ପନା ମାଝୀ, ଫାର୍ମାସି କଲେଜ ବରପାଲି ଚ୍ୟାରମେନ ନରେନ୍ଦ୍ର ହୋତା, ସମ୍ପାଦକ ଉରକୁଲୁ ତାଣ୍ଡି,ବରିଷ୍ଠ ସଦସ୍ୟ ପରମେଶ୍ୱର ଲୁହା ଉପସ୍ଥିତ ଥିବାବେଳେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ଅଜିତ ଶତପଥି ଉପସ୍ଥିତ ରହିଥିଲେ। 

ଏହି ଆଦର୍ଶ ଗଣ ବିବାହ ର କନ୍ୟାପକ୍ଷ ମାତାପିତା ଭାବେ ସମାଜ ସେବୀ ହରଦୀପ ସିଂ ଓ କୁଲଦୀପ କୌର ଏବଂ ବରପକ୍ଷ ମାତାପିତା ଭାବେ ଡ଼ା ଶ୍ରୀହରି ନାଗ ଓ ସଂଯୁକ୍ତା ନାଗ ଦାୟିତ୍ୱ ନିର୍ବାହ କରିଥିଲେ।ସାମ୍ବିଧାନିକ ରୀତିରେ ବିବାହ କାର୍ଯ୍ୟ ସମ୍ପର୍ଣ ହୋଇ ଥିଲା।

କାର୍ଯ୍ୟକ୍ରମର ସଂସ୍ଥାପକ ପବିତ୍ର ଦେହେରୀଙ୍କ ସମେତ ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟ ଏବଂ ସମ୍ବିଧାନ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବରଗଡ଼ ନାଗରିକ ମଞ୍ଚ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସଦସ୍ୟମାନେ ଉପସ୍ଥିତ ରହି ନବ ଦମ୍ପତିଙ୍କୁ ଆଶିିର୍ବାଦ ପ୍ରଦାନ କରିଥିଲେ।



Report : Bijay ku sahu

Edited by k.s thakur...





Post a Comment

Previous Post Next Post