ବରଗଡ଼ ବ୍ଲକ ଓ ବରଗଡ଼ ନଗର ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ମନୋନୀତ...

ବରଗଡ଼ ବ୍ଲକ ଓ ବରଗଡ଼ ନଗର ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ମନୋନୀତ...


ବରଗଡ଼,୨୭/୦୪ : ଆସନ୍ତା ୨୮,୨୯ ଦୁଇଦିନ ଧରି ହେବାକୁ ଥିବା ଜିଲ୍ଲାସ୍ତରୀୟ ଶ୍ରୀ ପର୍ଶୁରାମ ଜୟନ୍ତୀ ସମାରୋହ ଅବସରରେ ଆଜି ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ବରଗଡ଼ ଜିଲ୍ଲା ବ୍ରାହ୍ମଣ ମହାସଭା ର ସଭାପତି ଗୋପବନ୍ଧୁ ଦାଶ ଙ୍କ ସଭାପତିତ୍ବ ଓ ଜିଲ୍ଲା ପର୍ଶୁରାମ ବାହିନୀ ର ସଭାପତି ଦୀପକ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। 

Ad..


ସଭା ପ୍ରାରମ୍ଭ ରେ ଜିଲ୍ଲା ବ୍ରାହ୍ମଣ ମହାସଭା ର କାର୍ଯ୍ୟକାରୀ ସଭାପତି ପଣ୍ଡିତ କୁଳମଣୀ ମହାପାତ୍ର ଙ୍କ ମନ୍ତ୍ର ଉଚ୍ଚାରଣ ପରେ ପେହେଳଗାମ ରେ ଗତ ୨୫ ତାରିଖ ରେ ଶହୀଦ ହୋଇଥିବା ଭାରତୀୟ ନାଗରିକ ମାନଙ୍କ ଉଦ୍ଧେଶ୍ୟ ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। 

ପରେ ବରଗଡ଼ ବ୍ଲକ ଓ ବରଗଡ଼ ସହର ବ୍ରାହ୍ମଣ ସମାଜ ର କର୍ମକର୍ତ୍ତା ମନୋନୀତ ହୋଇଥିଲେ । ଏଥିରେ ସର୍ବ ସମ୍ମତି କ୍ରମେ ବରଗଡ଼ ବ୍ଲକ ସଭାପତି ଭାବରେ ପଣ୍ଡିତ କୈଳାସ ପଣ୍ଡା , ଉପ ସଭାପତି ପଣ୍ଡିତ ସମୀର ପଣ୍ଡା, ସାଧାରଣ ସମ୍ପାଦକ ପଣ୍ଡିତ ଶୁଭ୍ରାଂଶୁ ମିଶ୍ର, ସହ ସମ୍ପାଦକ ପଣ୍ଡିତ ନିସର୍ଗେଶ ମିଶ୍ର , କୋଷାଧ୍ୟକ୍ଷ ଅରୁଣ କୁମାର ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ବରଗଡ଼ ନଗର ସଭାପତି ଭାବରେ ଲିପସିତ ମିଶ୍ର, ଉପ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସାଧାରଣ ସମ୍ପାଦକ ବ୍ୟୋମକେଶ କର, ଯୁଗ୍ମ ସମ୍ପାଦକ ସଚିନ ( ପପ୍ପୂ) ଦାଶ, କୋଷାଧ୍ୟକ୍ଷ ସୁଶାନ୍ତ ( ସୁସା) କୁମାର ମିଶ୍ର ମନୋନୀତ ହୋଇଥିଲେ । 

ନୂତନ କର୍ମକର୍ତ୍ତା ଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇବା ସହ ଆଗାମୀ ପର୍ଶୁରାମ ଜୟନ୍ତୀ ପରେ ବ୍ଲକ ଓ ନଗର ର ପରିବର୍ଦ୍ଧିତ ସାଧାରଣ ସଭା ଅନୁଷ୍ଠିତ ହୋଇ ଆଉ ନୂତନ କର୍ମକର୍ତ୍ତା ମାନଙ୍କ ଚୟନ ଆୟୋଜନ କରିବାକୁ ଜିଲ୍ଲା ମହାସଭା ପକ୍ଷରୁ ପରାମର୍ଶ ଦିଆଯାଇଥିଲା। 

ପରେ ଆଗାମୀ ୨୮ ,୨୯ ଦୁଇଦିନ ଧରି ହେବାକୁ ଥିବା ପ୍ରଭୁ ପର୍ଶୁରାମ ଙ୍କ ଜୟନ୍ତୀ ସମାରୋହ କୁ କିଭଳି ଭାବରେ ଜୋରଦାର ଭାବରେ ପାଳନ କରାଯିବ ଆଲୋଚନା ହୋଇଥିଲା । ୨୮ ତାରିଖ ଦିନ ସାଇ କ୍ରୀଷ୍ଣା ପେଲେଶ ଠାରେ ସନ୍ଧ୍ୟା ୬ ଘଣ୍ଟା ସମୟ ରୁ ବ୍ରାହ୍ମଣ ସମାଜ ର ସବ ଜୁନିୟର, ଜୁନିୟର ଓ ସିନିୟର୍ ବର୍ଗ ରେ ନୃତ୍ୟ ଓ ଶ୍ଳୋକ ପ୍ରତିଯୋଗିତା ମାଧ୍ୟମ ରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ। 

ଏଥିରେ କୃତୀ ପ୍ରତିଯୋଗୀ ଙ୍କୁ ସମାଜ ପକ୍ଷରୁ ପୁରସ୍କୃତ କରାଯିବ ।  ୨୯ ତାରିଖ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ମା ଶ୍ୟାମା କାଳୀ ମନ୍ଦିର ଠାରେ ପୂଜାରମ୍ଭ, ୧୧ ଘଣ୍ଟା ରେ ଯଜ୍ଞାରମ୍ଭ, ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମହା ଆଳତୀ ଓ ପୁଷ୍ପାଞ୍ଜଳୀ କାର୍ଯ୍ୟକ୍ରମ ରହିଛି। 

ସେହିପରି ସନ୍ଧ୍ୟା ୫ ଘଣ୍ଟା ସମୟରେ ମା ଶ୍ୟାମା କାଳୀ ମନ୍ଦିର ରୁ ଜିଲ୍ଲା ସ୍ତରୀୟ ମହାପ୍ରଭୁ ପର୍ଶୁରାମ ଭଗବାନ ଙ୍କ ଜନ୍ମୋତ୍ସବ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରା ରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ବହୁ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକ ରେ ବରଗଡ଼ ବ୍ଲକ ଓ ସହର ର ବ୍ରାହ୍ମଣ ସମାଜ ର ବହୁ ସଦସ୍ୟ ଉପସ୍ଥିତ ଥିଲେ।



Report : Bijay ku sahu

Edited by k.s thakur...



Post a Comment

Previous Post Next Post