ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ଠାରେ ଉଦଯାପିତ...

ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ଠାରେ ଉଦଯାପିତ...


ଭଟଲି,୨୭/୦୪ :  ଶିକ୍ଷାବିକାଶ ସମିତି, ଓଡ଼ିଶାଙ୍କ ଆନୁକୂଲ୍ୟରେ ଭଟଲି ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟାଶାଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି ଠାରେ ଉଦଯାପିତ ହୋଇଯାଇଛି। ବୈଶାଖ କୃଷ୍ଣ ପକ୍ଷ ଅଷ୍ଟମୀରୁ ଏକାଦଶୀ ପର୍ଯ୍ୟନ୍ତ ହୋଇଥିବା ଏହି କାର୍ଯ୍ୟଶାଳାରେ ପ୍ରଥମ ଦିବସରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ କର କମଳରେ ଉଦଘାଟନୀ ଉତ୍ସବ ହୋଇଥିଲା ଓ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ସୌରୀ ଚରଣ ବାରିକ ଯୋଗ ଦେଇଥିଲେ। 

Ad..


ଶିକ୍ଷା ବିକାଶ ସମିତିରୁ ପୂର୍ବକ୍ଷେତ୍ର ସେବା ପ୍ରମୁଖ ଶ୍ରୀଯୁକ୍ତ ରାମଚନ୍ଦ୍ର ଡନସନା, ସହ ସମ୍ଭାଗ ସଂଯୋଜକ, ପଶ୍ଚିମ ସମ୍ଭାଗ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥନାପତି ଓ ପଶ୍ଚିମ ସମ୍ଭାଗ କୋଷାଧ୍ୟକ୍ଷ ଶିବ ପ୍ରସାଦ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟାଶାଳାଟି ଅନୁଷ୍ଠିତ ହୋଇଥିଲା। 

ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିରର ସଭାପତି ଶ୍ରୀଯୁକ୍ତ ରମେଶ ବାରିକ, ଉପସଭାପତି ଶ୍ରୀମତୀ ମାଧବୀ ମୁନା, ସମ୍ପାଦକ ବିରାଟ ପଧାନ, ଯୁଗ୍ମ ସମ୍ପାଦକ ଅଜିତ ବାରିକ, କୋଷାଧ୍ୟକ୍ଷ୍ୟ ଲିଙ୍ଗରାଜ ସାହୁ, ସଦସ୍ୟ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଓ ସଦସ୍ୟା ଶ୍ରୀମତୀ ଢାଳେଶ୍ୱରୀ ପଟେଲ, ଆଚାର୍ଯ୍ୟ ପ୍ରତିନିଧି ନାରାୟଣ ସାହୁ ଓ ପ୍ରଧାନ ଆଚାର୍ଯ୍ୟ ଅକ୍ଷୟ କୁମାର ପୂଜାହାରୀଙ୍କ  ପୂର୍ଣ୍ଣ ସହଯୋଗରେ କାର୍ଯ୍ୟାଶାଳାଟି ସଫଳତା ଲାଭ କରିଥିଲା।

ଉପରୋକ୍ତ କାର୍ଯ୍ୟଶାଳାରେ ଭଟଲି ସଂକୁଳ ଅନ୍ତର୍ଗତ ୬ଟି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଟଲି, ଡୁଙ୍ଗୁରୀ, ଭୁକ୍ତା, ଅମ୍ବାଭୋନା, କର୍ଲାଯୋରୀ ଓ ଉର୍ଦୁନାର ସମସ୍ତ ପ୍ରଧାନ ଆଚାର୍ଯ୍ୟ ସମେତ ୭୦ ଜଣ ଗୁରୁଜୀ ଗୁରୁମା ପୂର୍ଣ୍ଣ ଭାବରେ ଭାଗ ନେଇଥିଲେ।

ବିଭିନ୍ନ ସମୟରେ କାର୍ଯ୍ୟଶାଳାକୁ ମୁଖ୍ୟଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ କାର୍ଯ୍ୟଶାଳାରେ ନିଜସ୍ବ ବହୁମୂଲ୍ୟ ମତାମତ ଦେଇ ଥିବା ବ୍ୟକ୍ତି ବିଶେଷ ହେଲେ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଜୟଶ୍ରୀ ମହାନ୍ତି, ସିଆରସିସି ଲୋକନାଥ ମେହେର, ରାମଚନ୍ଦ୍ର ଭୁଏ, ସତ୍ୟବାନ ଦେହେରୀ, ମନୋଜ ରଥ, ସୁନିତା ରଥ, ତୁଳସୀ ରାଉତ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ,  ସଂଯୋଜନା କରିଥିଲେ ସଂଗୀତା ଦାଶ, ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟଶାଳାଟି ସଫଳତା ଲାଭ କରିଥିଲା।



Report : Bijay ku sahu

Edited by k.s thakur...

Post a Comment

Previous Post Next Post