ବରଗଡ଼ରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ! ...

ବରଗଡ଼ରେ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର ! ...


ବରଗଡ଼,୨୬/୦୪ :- ବରଗଡ଼ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇବାରେ ଲୋକେ ବଞ୍ଚିତ। ଡାକ୍ତରଖାନାରେ ଔଷଧ, ସ୍ୱାସ୍ଥ୍ୟ ଜନିତ ଉପକରଣ ସାଙ୍ଗକୁ ଡାକ୍ତର ମରୁଡି ପ୍ରାୟ ନିତିଦିନିଆ ସମସ୍ୟା ରହିଥିବା ବେଳେ ବର୍ତମାନ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। 

Ad..




ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପୂର୍ବରୁ ସହର ମଧ୍ୟରେ ରହିଥିବା ବେଳେ ଗତ କିଛି ବର୍ଷ ହେଲା ବରଗଡ଼ ସହରରୁ 8କିଲୋମିଟର ଦୂର ଖେଦାପାଳିକୁ ସ୍ଥାନାନ୍ତର ହେବା ପରେ ପୂର୍ବରୁ ରହିଥିବା ମୁଖ୍ୟ ଚିକିତ୍ସାଲୟ ବର୍ତମାନ ଅର୍ବାନ ସି.ଏଚ.ସି ସାଜିଛି। 

ବରଗଡ଼ ତଥା ଆଖ ପାଖ ଅଞ୍ଚଳର ପ୍ରାୟ ଏକ ଲକ୍ଷରୁ ଉର୍ଦ୍ବ ଲୋକେ ଉକ୍ତ ଚିକିତ୍ସାଲୟ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରହିଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ତଥା ସରକାରଙ୍କ ଉଦାସୀନତା ପାଇଁ ଚିକିତ୍ସାପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ଚିକିତ୍ସାଲୟକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ବେଡ଼ ନଥିବା ବେଳେ ବର୍ତମାନ ଅତ୍ୟଧିକ ଗରମ ସତ୍ୱେ ତାଙ୍କୁ ଚିକିତ୍ସାଲୟ ବାରଣ୍ଡାରେ ଶୋଇବାକୁ ପଡୁଛି ତାସହିତ ସାଲାଇନ ଲଗାଇବା ପାଇଁ କୌଣସି ସୁବିଧା ନଥିବା କାରଣରୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ସାଲାଇନ ହାତରେ ଧରି ଛିଡା ରହିବାକୁ କୁହାଯାଉଛି। 

ପ୍ରବଳ ଗରମ ସତ୍ୱେ ଚିକିତ୍ସାଲୟରେ ରୋଗୀଙ୍କ ପାଇଁ ରହିଥିବା ଏସି ଚଳାଉନଥିବା ବେଳେ କୁଳର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ଏହାର ପ୍ରତିବାଦ କଲେ ସଙ୍ଗେ ସଙ୍ଗେ ଡାକ୍ତର ବୁର୍ଲାକୁ ରେଫର କରିଦେଉଛନ୍ତି। ଆଜି ଶନିବାର ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଦେଖିବାକୁ ମିଳିଥିଲା। ଯାହା ବର୍ତମାନ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



Report : Bijay ku sahu

Edited by k.s thakur...



Post a Comment

Previous Post Next Post