ନିର୍ମାଣାଧୀନ ଘରୁ ୪ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା...

ନିର୍ମାଣାଧୀନ ଘରୁ ୪ ବର୍ଷ ଶିଶୁକନ୍ୟାର ମୃତଦେହ ଉଦ୍ଧାର; ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା...


ସାନଖେମୁଣ୍ଡି,୨୭/୦୪ : ନିର୍ମାଣାଧୀନ ଘରୁ ଉଦ୍ଧାର ହେଲା ୪ ବର୍ଷ ଶିଶୁକନ୍ୟାର ମୃତଦେହ। ସାନଖେମୁଣ୍ଡି ବ୍ଲକ ଖଲିଙ୍ଗିରେ ଘଟିଛି ଅଭାବନୀୟ ଘଟଣା। କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତକୁ କାଳିଆ ଷଣ୍ଢକୁ ଗିରଫ କଲା ପାଟପୁର ଥାନା ପୋଲିସ । ଦୁଷ୍କର୍ମ ପୂର୍ବରୁ ଅଶ୍ଳୀଳ ଭିଡିଓ ଦେଖିଥିଲା ଅଭିଯୁକ୍ତ। ଅଶ୍ଳୀଳ ଭିଡିଓ ଦେଖି ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସର ସୂଚନା।

Ad..


ସୂଚନାଯୋଗ୍ୟ; ଗତ ୧୮ ତାରିଖରୁ ଚାଲିଥିବା ଯାତ୍ରା ଦେଖିବାକୁ ଶିଶୁକନ୍ୟା ଜଣକ ମା’ ସହ ଅଜା ଘର ଗାଁକୁ ଆସିଥିଲେ। ତେବେ ସେ ଶୁକ୍ରବାର ଠାରୁ ନିଖୋଜ ଥିଲା। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ କୁନି ଝିଅର ପତ୍ତା ମିଳିନଥିଲା। 

ପରେ ପାଟପୁର ଥାନାକୁ ନିଖୋଜ ସମ୍ପର୍କରେ ଖବର ଦିଆଯିବା ପରେ ପାଟପୁର ପୋଲିସ ଟିମ୍‌ ଗାଁରେ ପହଞ୍ଚି ସବିଶେଷ ତଦନ୍ତ କରିଥିଲେ। ଶନିବାର ଏକ ନିର୍ମାଣାଧୀନ ଘରୁ ଝିଅର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପାଟକୁରା ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା ।



Edited by k.s thakur...




Post a Comment

Previous Post Next Post