ରାଇସମିଲ ମାଲିକଙ୍କ ଅବହେଳା ଯୋଗୁଁ ଗୁରୁତର ଭାବେ ପୋଡ଼ି ବହୁ କଷ୍ଟରେ ଚାଲିଗଲା ୧୨ ବର୍ଷର କୁନି ପିଲାଙ୍କ ଜୀବନ....
ବରଗଡ଼,୧୨/୦୪ : ବେଆଇନ ଭାବେ ରାଇସମିଲର ଉତ୍ତପ୍ତ ରାଖଡ଼ ରାସ୍ତା କଡରେ ପକାଇଵା କାରଣରୁ କୁନି ପିଲାଙ୍କ ଚାଲିଗଲା ଜୀବନ।ଏପରି ଏକ ଦୁଃଖଦ ଘଟଣା ଘଟିଛି ଭେଡେନ ଥାନା ଅନ୍ତର୍ଗତ ମହୁଲେ ଗ୍ରାମରେ। ଏଠାରେ ଥିବା ଏକ ରାଇସମିଲ ଗରମ ରାଖଡ଼ ଆଣି ଝାଇଁ ଯୋର ରାସ୍ତା କଡରେ ବେଆଇନ ଭାବେ ପକାଇଥିଲା।
Ad..
ତେବେ ଝାଇଁ ଜୋରକୁ ୧୨ ବର୍ଷର ପ୍ରତ୍ୟୁଷ ସାଇକେଲରେ ଗାଧୋଇବାକୁ ଯାଉଥିବା ବେଳେ ରାଇସମିଳ ଦ୍ୱାରା ପକାଯାଇଥିବା ଗରମ ରାଖଡ଼ ଉପରେ ପ୍ରତ୍ୟୁଷ ପଡିଯିବାରୁ ତାଙ୍କ ଦୁଇ ଗୋଡ଼ ଓ ହାତ ଗୁରୁତର ଭାବେ ପୋଡ଼ି ଯାଇଥିଲା।
ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ହସ୍ପିଟାଲ କୁ ନେଇଥିଲେ। ବାପା ଗରିବ ହୋଇଥିବାରୁ ଉଚ୍ଚ ଚିକିତ୍ସା କରିପାରିନଥିଲେ ଓ ବୁର୍ଲାରେ ଫେବୃଆରୀ 26 ରୁ ଚିକିତ୍ସା ଚାଲିଥିଲା ମାତ୍ର ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ଗତ 9 ତାରିଖରେ କଟକ ବଡ଼ ମେଡ଼ିକାଳ ପଠାଯାଇଥିଲା। ବହୁ କଷ୍ଟ ପାଇବା ପରେ ଶେଷରେ କୁନି ପ୍ରତ୍ୟୁଷ ଆଜି ଆଖିବୁଜିଛନ୍ତି।
ରାଇସମିଲ ମାଲିକଙ୍କ ଅବହେଳା ଯୋଗୁଁ ଆଜି ଗରିବ ପରିବାରର ନିଷ୍ପାପ କୁନି ପ୍ରତ୍ୟୁଷ ଙ୍କ ଜୀବନ ଚାଲିଗଲା।ରାଇସମିଲ ମାଲିକ ଚାହିଁଥିଲେ ମଣିଷତ୍ୱ ଦୃଷ୍ଟିରୁ ରାଉରକେଲା ସ୍ଥିତ ବର୍ଣ୍ଣ ୟୁନିଟ ଚିକିତ୍ସା କେନ୍ଦ୍ରକୁ ନେଇ ଚିକିତ୍ସା କରାଇ ପାରିଥାନ୍ତେ କିମ୍ବା ଅନ୍ୟ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥାନ୍ତେ, କିନ୍ତୁ ତାହା କଲେ ନାହିଁ।ହୁଏ ତ ଏହି ଘଟଣାକୁ ରାଇସମିଲ ମାଲିକ ଏକ ମାମୁଲି ଦୁର୍ଘଟଣା ହିସାବରେ ନେଉଛନ୍ତି ମାତ୍ର ଯେଉଁ ପରିବାର ମିଲ ମାଲିକଙ୍କ ଅବହେଳା କାରଣରୁ ନିଜ ପୁତ୍ର ସନ୍ତାନକୁ ହରାଇଛି କଣ ସେହି ଅପୂରଣୀୟ କ୍ଷତିକୁ ମିଲ ମାଲିକ ପୂରଣ କରିପାରିବେ ??
ଏହି ମାମଲାରେ ରାଇସମିଳ ମାଲିକଙ୍କ ଉପରେ BNS ଧାରା 106, 125, 131, ଓ 281 ଅନୁଯାୟୀ ଅଭିଯୋଗ ଦାଖଲ ହେବା ଉଚିତ। ଏହି ଧାରାଗୁଡିକ ଅନୁଯାୟୀ ମିଳ ମାଲିକଙ୍କୁ କମସେ କମ 5 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଅର୍ଥଦଣ୍ଡ ଦିଆଯିବାର ଦଣ୍ଡ ବିଧାନ ରହିଛି।
ପରିବାର ଲୋକଙ୍କୁ ପଚରାଯିବାରୁ କାଳେଶ୍ଵର ମିଲ ବାଲା ରାଖଡ଼ ପକାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି... ଓ ମିଲ ମାଲିକ ଚିକିତ୍ସା ବାବଦକୁ 5 ହଜାର ଟଙ୍କା ଦେଇଥିଲା ବୋଲି କହିଛନ୍ତି।
Report : Bijay ku sahu
Edited by k.s thakur...


